ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାସ୍ତରୀୟ ନୂଆ-ଓ କ୍ରୀଡ଼ା ଉତ୍ସବ ୨୦୨୩-୨୪ ଆଜି ଉଦ୍ଯାପିତ ହୋଇଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ନୟାଗଡ଼ ଷ୍ଟାଡିୟମ ଠାରେ ଏହାର ଉଦ୍ଯାପନ ଦିବସ ପାଳନ କରାଯାଇଛି । ଏହି କ୍ରୀଡ଼ା ଉତ୍ସବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଇଂ. ଦୋବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁଚାରୁ କୁମାର ବଳ ଓ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଯୋଗ ଦେଇ କ୍ରୀଡ଼ାବିତ୍ ମାନଙ୍କୁ ମାନପତ୍ର ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ ।
ଆଠଟି ବ୍ଲକ ଓ ନୟାଗଡ଼ ପୌରପାଳିକାରୁ ମୋଟରେ ୧୪୩୦ କ୍ରୀଡାବିତ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବରେ ହକି ପୁରୁଷ ବିଭାଗରେ ୩ଟି, ମହିଳା ବିଭାଗରେ ୨ଟି, କ୍ରିକେଟ୍ରେ ପୁରୁଷ ବିଭାଗରେ ୯ଟି, ଫୁଟବଲରେ ୯ଟି, ଭଲି ପୁରୁଷ ବିଭାଗରେ ୯ଟି, ମହିଳା ବିଭାଗରେ ୨ଟି, କବାଡି ପୁରୁଷ ବିଭାଗରେ ୧୧ଟି, ମହିଳାରେ ୫ଟି, ଖୋଖୋ ପୁରୁଷରେ ୯ଟି, ମହିଳାରେ ୮ଟି ଦଳ ଯୋଗ ଦେଇଥିଲେ ।
ପ୍ରତି ବିଭାଗରୁ ଚମ୍ପିଆନ ଦଳ ରାଜ୍ୟସ୍ତରୀୟ କ୍ରୀଡ଼ା ଉତ୍ସବରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି । ଜିଲ୍ଲାପାଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁଙ୍କ ଆହ୍ୱାନ କ୍ରମେ କ୍ରୀଡ଼ା ଉତ୍ସବ ଆୟୋଜନ କରାଯାଇଥିଲା । ଏହି କ୍ରୀଡ଼ା ଉତ୍ସବକୁ ବିଭିନ୍ନ ବିଦ୍ୟାଳୟରୁ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସୁଚାରୁ ରୁପେ ପରିଚାଳନା କରିଥିଲେ ଏବଂ କ୍ରୀଡ଼ା ଛାତ୍ରବାସର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ କ୍ରୀଡ଼ା ଉତ୍ସବ ସରଶ ସୁନ୍ଦର ହୋଇ ସମାପ୍ତ ହୋଇଥିଲା ।






