ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ଶିକ୍ଷ୍ୟା ଓ ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କ୍ରୀଡା ପ୍ରତିଯୋଗିତା ର ଉଦଘାଟନ ଉତ୍ସବ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା ଯୋଗଦେଇ ପତାକା ଉତ୍ତୋଳନ କରି ପ୍ରତିଯୋଗିତା ଶୁଭାରମ୍ଭ ଘୋଷଣା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଖେଲୁଆଡ ମନ ନେଇ ଖେଳିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଖେଳ ଶିକ୍ଷକ ଅମିୟ ମୋହନ ସାହୁ ସମସ୍ତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ର ସ୍ଵେଚ୍ଛାସବୀ ସହଯୋଗ କରିଥିଲେ।






