Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇସ୍ତଫା ଦେଲେ ହରିଆଣାର ଆମ୍ ଆଦମୀ ପାର୍ଟିର ମୁଖ୍ୟ

by ସଞ୍ଜୟ ସ୍ୱାଇଁ
January 18, 2024
in NATIONAL NEWS, Politics
ଇସ୍ତଫା ଦେଲେ ହରିଆଣାର ଆମ୍ ଆଦମୀ ପାର୍ଟିର ମୁଖ୍ୟ
53
VIEWS
Share on FacebookShare on Twitter

ହରିଆଣା, (ବାଘୁଆବାର୍ତ୍ତା): ହରିଆଣା ଆମ୍ ଆଦମୀ ପାର୍ଟିର ପ୍ରଚାର କମିଟି ମୁଖ୍ୟ ଅଶୋକ ତନୱର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି କି ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ । ଗତ ବିଧାନସଭା ନିର୍ବାଚନ ବେଳେ ହରିଆଣାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଚେହେରା ଥିଲେ ଅଶୋକ । ଏହାସହ ସେ ଦଳ ପାଇଁ ରାଜ୍ୟର ପ୍ରଚାର କମିଟିର ମୁଖ୍ୟ ମଧ୍ୟ ଥିଲେ । ହେଲେ ଏବେ ସେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଆକଳନ କରାଯାଉଛି କି ଶୁକ୍ରବାର ଦିନ ସେ ବିଜେପିରେ ଯୋଗଦେଇପାରନ୍ତି । ଏହାସହ ବିଜେପି ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ସପ୍ତାହରେ ସେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଥିଲେ । କେବଳ ଆମ୍ ଆଦମୀ ପାର୍ଟି ନୁହେଁ ଏହା ପୂର୍ବରୁ ସେ ହରିଆଣା କଂଗ୍ରେସର ମଧ୍ୟ ମୁଖ୍ୟ ଥିଲେ । କଂଗ୍ରେସ ରାଜନୀତିରେ ଅଶୋକ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି କୁହାଯାଏ । ୨୦୨୧ ରେ କଂଗ୍ରେସ ମୁଖ୍ୟଙ୍କ ଉଦାସୀନତା କାରଣରୁ ସେ ଦଳ ଛାଡି ପ୍ରଥମେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ସେ କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ତାଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଥିଲେ । ଯୁବନେତା ଭାବେ ତାଙ୍କୁ ହରିଆଣା କଂଗେୟସର ଅଧ୍ୟକ୍ଷ ପଦ ବି ମିଳିଥିଲା । ପ୍ରଥମେ ସେ କଂଗ୍ରେସରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଟିଏମସି ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଅଶୋକ ତନୱରଙ୍କ ଜନ୍ମ ହରିଆଣାର ଝାଞ୍ଜର ଜିଲ୍ଲାରେ ହୋଇଥିଲା । ସେ ଜେଏନୟୁରୁ ପିଏଚଡି କରିଛନ୍ତି । ଜେଏନୟୁରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!