Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ ଦୁର୍ଦ୍ଦାନ୍ତ ଅପରାଧୀ ଲୁଟ୍‌ ପାଇଁ କରୁଥିଲେ ଯୋଜନା, ମାଡ଼ି ବସିଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
January 18, 2024
in Crime, State
୭ ଦୁର୍ଦ୍ଦାନ୍ତ ଅପରାଧୀ ଲୁଟ୍‌ ପାଇଁ କରୁଥିଲେ ଯୋଜନା,  ମାଡ଼ି ବସିଲା ପୁଲିସ୍‌
62
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଲୁଟ୍‌ ପାଇଁ ଯୋଜନା କରୁଥିଲେ ୭ ଦୁର୍ଦ୍ଦାନ୍ତ ଅପରାଧୀ। କୌଣସି ସୂତ୍ରରୁ ଖବର ପାଇଁ ୭ ଜଣଙ୍କୁ ମାଡ଼ି ବସିଲା କଟକ କମିଶନରେଟ୍‌ ପୁଲିସ୍‌। ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି। ପୁଲିସ୍‌ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ ଦୁଇ ଥହର ଗାଡ଼ି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ରା। ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ, ଅବଦୁଲ୍‌ କାଦିର, ସେକ୍‌ ନାଦିମ୍‌, ଶ୍ରୀନାଥ ରାଉତ, ହିମାଂଶୁ ଶେଖର ସାହୁ, ସୟଦ ଅବଦୁଲ୍‌ ସୁଫିଆ ଓ ପ୍ରଦୀପ ସାହୁ ଥାଦର ଥାନା ଅଞ୍ଚଳରେ ବସି ଯୋଜନା କରୁଥିଲେ। ଏ ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୁଲିସ୍‌ର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲସ୍‌କୁ ଦେଖି ସେମାନେ ଚମ୍ପଟ ମାରିଥିଲେ। ପୁଲିସ୍‌ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଗିରଫ ଅଭିଯୁକ୍ତଙ୍କ ଭିତରେ ଥିବା ମହମ୍ମଦ ସକିଲ୍‌ ନାଁରେ କଟକର ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି। କିଛି ଦିନ ତଳେ ତାକୁ କଟକରୁ ତଡ଼ିପାର କରାଯାଇଥିଲା। ଏହା ସତ୍ତ୍ୱେ ସେ କଟକ ଆସି ଡକାୟତି ପାଇଁ ଯୋଜନା କରୁଥିଲା। ଠିକ୍‌ ସେହିପରି ସେକ୍‌ ନାଦିମ ନାଁରେ ୫ଟି ମାମଲା ରହିଛି। ଗ୍ରାମାଞ୍ଚର କଟକ ଓ ଖୋର୍ଦ୍ଧାର ବିଭିନ୍ନ ଥାନାରେ ଏହି ସବୁ ମାମଲା ରହିଛି। ଶ୍ରୀନିବାସ ରାଉତ ନାଁରେ ଚାଉଳିଗଞ୍ଜ, କିଶନନଗର, ବିରିଡ଼ି, କନ୍ଦରପୁର ଓ ଖାରବେଳନଗର ଥାନା ଅଞ୍ଚଳରେ ୧୨ରୁ ଅଧିକ ମାମଲା ରହିଛି। ହିମାଂଶୁ ସେଖର ସାହୁ ନାଁରେ ସହିଦ୍‌ ନଗର ଓ ଲକ୍ଷ୍ମୀସାଗର ଥାନାରେ ୨ଟି ମାମଲା ରହିଛି। ସେହିପରି ସୟଦ ଅବଦୁଲ୍‌ ସୁଫିଆ ନାଁରେ ୩, ଅବଦୁଲ କାଦିର ନାଁରେ ୧୫ଟି, ପ୍ରଦୀପ ରାଉତ ନାଁରେ ବାରଙ୍ଗ ଥାନାରେ ୪ଟି ମାମଲା ରହିଛି। ପୁଲିସ୍‌ ସେମାନଙ୍କଠାରୁ ୨ଟି ମହିନ୍ଦ୍ରା ଥର ଗାଡ଼ି, ୨ଟି ପିସ୍ତଲ, ଗୋଟିଏ ଟଏଗନ୍‌, ଗୋଟିଏ ବାଇକ୍‌, ୯ଟି ମୋବାଇଲ୍‌ ଫୋନ୍‌ ଓ ଖଣ୍ଡା ଜବତ କରିଛି। ଜବତ ହୋଇଥିବା ଗାଡ଼ିର ମାଲିକ କିଏ? ସେ ସମ୍ପର୍କରେ ଜଣାପଡ଼ି ନାହିଁ। ତାହା ଉପରେ ତଦନ୍ତ ଚାଲିଛି କଟକ ଡିସିପି ପିନାକ ମିଶ୍ରା କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!