ଭଦ୍ରକ, (ବାଘୁଆବାର୍ତ୍ତା): ନିର୍ବାଚନ ଯେତିକି ପାଖେଇ ଆସୁଛି ଭଦ୍ରକ ରାଜନୀତି ସେତିକି ଚର୍ଚ୍ଚା ହେଉଛି, ତିନି ପ୍ରମୁଖ ଦଳରେ ଏବେ ପ୍ରାର୍ଥି ଦେବାକୁ ଚାଲିଛି ଅଙ୍କ କଷା, କିଏ କେଉଁ ଦଳରୁ ହେବେ ପ୍ରାର୍ଥି ସବୁଠି ଚାଲିଛି ଚର୍ଚ୍ଚା, ଏହାରି ମଧ୍ୟରେ ଆଜି ବିଜେପି ରେ ମିସିଛନ୍ତି ସମାଜ ସେବୀ ତଥା ସହୀଦ ଭଗତ ସେନା ର ଆବାହକ ସୀତାଂଶୁ ଶେଖର ମହାପାତ୍ର, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତି ରେ ହଜାର ହଜାର ସମର୍ଥକ ଙ୍କ ସହ ଏକ ପଦଯାତ୍ରା କରି ଗାନ୍ଧୀ ପଡିଆ ଠାରେ ମିଶିଲେ ସୀତାଂଶୁ, ଦୀର୍ଘଦିନ ଧରି ସହୀଦ ଭଗତ ସେନା ଆବାହକ ଭାବେ ଜିଲ୍ଲାରେ ସମାଜସେବା କରି ଆସୁଥିବା ସୀତାଂଶୁ ଆଜି ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଲେ। ଆଜିର ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହ ସମସ୍ତ ନେତୃ ମଣ୍ଡଳୀ କର୍ମୀ ଉପସ୍ଥିତ ଥିଲେ। ତେବେ ଶ୍ରୀ ମହାପାତ୍ର ଆସନ୍ତା ନିର୍ବାଚନ ମୈଦାନ କୁ ଓଲ୍ହାଉ ଥିବା ନେଇ ପଚାରିବାରୁ ଦଳ ଯାହା ନିର୍ଦେଶ ଦେବ ତାକୁ ପାଳନ କରିବେ ବୋଲି ସୂଚନା ଦେଇଛନ୍ତି।






