Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗମାଙ୍ଗ ପରିବାରର ଘରବାହୁଡ଼ା

by ସଞ୍ଜୟ ସ୍ୱାଇଁ
January 16, 2024
in Politics, State
ଗମାଙ୍ଗ ପରିବାରର ଘରବାହୁଡ଼ା
150
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ କଂଗ୍ରେସକୁ ଘରବାହୁଡ଼ା ହେବ । ଆସନ୍ତାକାଲି ନୂଆଦିଲ୍ଲୀରେ ଗିରିଧର, ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିବେ ବୋଲି ସୂଚନା ମିଳିଛି । ପିସିସି ସୂତ୍ରରୁ ଜଣାପଡ଼ିଛି ଯେ, ଗମାଙ୍ଗଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ଏବଂ ସଞ୍ଜୟ ଭୋଇ ଗତ ଶନିବାର ନୂଆଦିଲ୍ଲୀରେ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଏହି ନେତାମାନଙ୍କର କଂଗ୍ରେସକୁ ଘରବାହୁଡ଼ା ହେବାର କାର‌୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ଏହି ନେତାମାନେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ । ଉଲ୍ଲେଖଯୋଗ୍ୟ, ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗିରିଧର ଗମାଙ୍ଗ ଗତବର୍ଷ ଅଗଷ୍ଟ ମାସରେ ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଥିଲେ । କିନ୍ତୁ ବିଆରଏସ ଓଡ଼ିଶାରେ ନିଜର ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏବେ ଯୋଜନାରେ ନଥିବାରୁ ଗିରିଧର ଓ ତାଙ୍କ ପୁଅ ଏବେ କଂଗ୍ରେସକୁ ଫେରିବାକୁ ଯୋଜନା କରିଛନ୍ତି । ବିଆରଏସରେ ମିଶିବା ପାଇଁ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ୨୦୨୩ ଜାନୁୟାରୀ ୨୫ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ । ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସ ଟିକେଟରେ ୨୦୦୯ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ କଂଗ୍ରେସ ତାଙ୍କୁ ଟିକେଟ୍ ନଦେବାରୁ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି ।ତେଣୁ ଦଳର ପୁରୁଣା ନେତାମାନଙ୍କୁ ଫେରାଇ ଆଣିବା ପାଇଁ କଂଗ୍ରେସ ଏବେ ପ୍ରୟାସ କରୁଥିବା ଜଣାପଡ଼ିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!