ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯ରେ ପଂହଚିଛି । ସେଥିମଧ୍ୟରେ ୮୪୭ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୧୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୭, ବାଲେଶ୍ୱର ୯, ବରଗଡ଼ ୨୪, ଭଦ୍ରକ ୩୦, ବଲାଙ୍ଗିର ୧, ବୈାଦ୍ଦ ୨, କଟକ ୪୭, ଢେଙ୍କାନାଳ ୬, ଗଂଜାମ ୫୪୦, ଗଜପତି ୭୪, ଜଗତସିଂହପୁର ୪, ଯାଜପୁର ୧୭, ଝାରସୁଗୁଡ଼ା ୩, କଳାହାଣ୍ଡି ୭, କନ୍ଧମାଳ ୨୯, କେନ୍ଦ୍ରାପଡ଼ା ୮, ଖୋର୍ଦ୍ଧା ୧୩୭, କେନ୍ଦୁଝର ୨୫, କୋରାପୁଟ ୨୭, ମାଲକାନଗିରି ୬୬, ମୟୁରଭଂଜ ୧୫, ନୟାଗଡ଼ ୬୧, ନବରଙ୍ଗପୁର ୪, ନୂଆପଡ଼ା ୧, ପୁରୀ ୨୨, ରାୟଗଡ଼ା ୮୪, ସମ୍ବଲପୁର ୨୦, ସୁନ୍ଦରଗଡ଼ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୦୫ ଟି ମାମଲା ସକ୍ରିୟ ରହିଥିବା ୧୩୭୪୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





