ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆଜି ନୟାଗଡ଼ ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପ୍ରମୂଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ୧୮ ତାରିଖରେ ଉଦଯାପନ ହେବ ।
ଆଜି ନୟାଗଡ଼ ଷ୍ଟାଡିୟମଠାରେ କ୍ରିକେଟ ଓ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ଏହାର ଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ସାମିଲ ହୋଇଛନ୍ତି । ଏହି କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ୍, ଖୋ ଖୋ, ଭଲିବଲ୍, ହକି, ଫୁଟବଲ ଉପରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୂଚନା ଦେଇଛନ୍ତି । ଏହି କ୍ରୀଡ଼ା କାର୍ୟ୍ୟିକ୍ରମରେ ବିଭିନ୍ନ କ୍ଲବ ଓ ନୟାଗଡ଼ ପୌରପାଳିକାରୁ କ୍ରିକେଟରେ ୧୪୪ ଜଣ, ଖୋ ଖୋ ପୁରୁଷ ବିଭାଗରେ ୧୦୮ ଜଣ ଓ ଖୋ ଖୋ ମହିଳା ବିଭାଗରେ ୯୬ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ ।
ମୋଟରେ ୩୪୮ ଜଣ କ୍ରୀଡାବିତ୍ ଓ କ୍ରୀଡାକୁ ସୁପରିଚାଳନା କରିବା ପାଇଁ ୫୦ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡା ଉତ୍ସବରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶାରୀରିକ ନୀରିକ୍ଷକ ତ୍ରିନାଥ ସାହୁ, ଜିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ଜିଲ୍ଲା ଆଥ୍ଲେଟିକ୍ ସମ୍ପାଦକ ଆସେସ୍ କୁମାର ଦାଶ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କ୍ରୀଡ଼ା କାର୍ୟ୍ୟ କ୍ରମକୁ ସରସ ସୁନ୍ଦର କରିବା ପାଇଁ ଫୁଟବଲ୍ କୋଚ୍ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ରବିନ୍ଦ୍ର କୁମାର ଦାଶ, ଅନୀଲ କୁମାର ଦାଶ, ସନ୍ୟାସୀ ପ୍ରଧାନ ସହଯୋଗ କରିଥିଲେ ।






