ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ବନାଞ୍ଚଳ ଅଧୀନ ବାଣୀ ଗୋଛା ସେକ୍ସନ ର କୁରୁମୀ ଗାଁ ରେ ବନ ବିଭାଗ ଅଚାନକ ଚଢାଉ କରି ପ୍ରହଲ୍ଲାଦ କହଁର ଏବଂ ଭୋଲେଶ୍ୱର କହଁର ଘରୁ ୧୬ଟି କଲରା ପତ୍ରିଆ ବାଘ ନଖ, ବଜ୍ରକାପ୍ତା କାତି ୧.୫ କେଜି , ଦେଶୀ ବନ୍ଧୁକ ,୨ଟି ଧନୁ ଏବଂ ସର ସହ ବିଭିନ୍ନ ମାରଣା ଅସ୍ତ୍ର ଜବତ କରିଛି ଦଶପଲ୍ଲା ବନବିଭାଗ ।
ଏମାନେ ଅଭ୍ୟାସ ଗତ ଶିକାରୀ ଏବଂ ପ୍ରହଲ୍ଲାଦ କହଁର ମୁଖ୍ୟ ମାଷ୍ଟର ମାଇଣ୍ଡ । ଅଭିଯୁକ୍ତ ପ୍ରହଲ୍ଲାଦ କହଁରଙ୍କ ଏକ ବାଛୁରୀକୁ ବାଘ ଖାଇଦେଇଥିଲା ତେଣୁ ଆମେ ଦୁଇଜଣ ମିଶି ବାଘ ଟିକୁ ମାରିଦେଇଥିଲୁ ବୋଲି ସ୍ବୀକାର କରିଥିବାର ସୁଚନା ଦେଇଛନ୍ତି ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ।





