ନିଆଳି, (ବାଘୁଆବାର୍ତ୍ତା): ମା’-ପୁଅଙ୍କ କଳିର କରୁଣ ପରିଣତି । ମା’କୁ ମାଡ ମାରି ଲହୁଲୁହାଣ କରିବା ପରେ ପୁଅ ଆଲୋକ ସାହୁର ଆତ୍ମହତ୍ୟା । କଟକ ଜିଲ୍ଲା ଓଲଟପୁର ଥାନା କଣ୍ଟାପଡ଼ା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ମା’ ଓ ଭଉଣୀଙ୍କୁ ଥାନାରେ ପଚରାଉଚରା କରି ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଚଳାଇଛି ପୋଲିସ । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଓଲଟପୁର ଥାନା କଣ୍ଟାପଡ଼ା ଗ୍ରାମର ଆଲୋକ ସାହୁ ଓ ମା’ ଶାନ୍ତିଲତାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଘଟଣା ଥାନାକୁ ମଧ୍ୟ ଯାଇଥିଲା । ମାତ୍ର ଗୁରୁବାର ରାତିରେ ଝଗଡ଼ା ହେବାରୁ ମା’ ଶାନ୍ତିଲତା ଥାନାକୁ ଯାଇଥିଲେ । ମାତ୍ର ପୋଲିସ ଆସିଲା ବେଳକୁ ପୁଅ କବାଟ ଦେଇ ଆତ୍ମହତ୍ୟା କରିଥିଲା । ଘଟଣା ପାଇଁ ପୋଲିସକୁ ଦାୟୀ କରିଛନ୍ତି ଆଲୋକଙ୍କ ମା’ ଓ ମାମୁଁ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ହେଉଥିବା ସଦର ଏସଡିପିଓ କହିଛନ୍ତି ।





