ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଞ୍ଚଳରେ ଅଘଟଣ । ଘରେ ନିଆଁ ଲଗାଇଦେଲା ବାପା । ପୁଅର ଥାନାର ଅଭିଯୋଗ କ୍ରମେ ବାପା ଗିରଫ ହୋଇଛି । ସୁଚନାନୁସାରେ ରାଜସୁନାଖଳା ଫାଣ୍ଡି ନିକଟସ୍ତ ରାଜ ସୁନାଖଳା ମଥୁରାପୁର ସାହି ଶରତ ରାଉତ ତାଙ୍କ ନିଜ ଘରେ ଗତକାଲି ପାରିବାରିକ କଳହକୁ ନେଇ ନିଜ ଘରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ତାଙ୍କ ପୁଅ ର ଏକ ପାସିଆନ ପ୍ରୋ ହିରୋ ହୋଣ୍ଡା ମୋଟର ସାଇକେଲ ସହ ଘରର ସଂପୂର୍ଣ ଆସବା ପତ୍ର ନିଆଁ ରେ ଜଳିଯାଇଥିଲା । ଏ ସଂକ୍ରାତରେ ତାଙ୍କ ପୁଅ ତପନ ରାଉତ ରାଜ ସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ରଣପୁର କେସ ନମ୍ବର ୦୭/୨୪ ରେ ରୁଜୁ ହୋଇ ଶରତ ରାଉତଙ୍କୁ ଗିରଫ କରାଯାଇଥିଲା । ଶରତଙ୍କୁ ଆଜି କୋର୍ଟ ଫରୁୱାର୍ଡ କରାଯାଇ ରଣପୁର ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।





