ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରୁ କିଛିଦିନ ତଳେ ଚୋରୀ ହୋଇଥିବା ଗୋଟିଏ ବୋଲେର ଗାଡ଼ିକୁ ଆଜି ଟାଉନଥାନା ପୁଲିସ ଉଦ୍ଧାର କରିଛି । କଇଥଗାଡ଼ିଆ ରାସ୍ତାରୁ ଚୋରୀ ବୋଲେରକୁ ବୋଲଗଡ଼ ଅଂଚଳରୁ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ବୋଲଗଡ଼ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଏସ୍.କେ ଆଲାମ୍କୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଫେରାର ଥିବା ଜଣାଯାଇଛି । ନୟାଗଡ଼ ଏସ୍ଡିପିଓ ନୀରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଏବଂ ସ୍ମୃତି ରଂଜନ ମହାନ୍ତି ବୋଲେରୋ ଉଦ୍ଧାର କରିଥିବା ଜଣାଯାଇଛି ।





