ସଡନ୍ ଡେଥ୍ ସାହାଯ୍ୟରେ ସାଇ ହାଲ ସୁନାବେଢ଼ା ୧-୦ ଗୋଲରେ ବିଜୟୀ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ ୨୦୨୪ ର ଆଜି ଚତୁର୍ଥ ଦିନ । ଆଜି ଦିବା ୩ ଘଟିକା ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସିନ୍ଦୁରିଆ ୭୮୬ ୟୁଥ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ, ନୟାଗଡ଼ କ୍ଲବ ଓ ନୟାଗଡ଼ ମଣିଂ କ୍ଲବ ଆନୁକୁଲ୍ୟରେ ଉକ୍ତ ମ୍ୟାଚ ଅନୁଷ୍ଠିତ ହୋଇଛି । ଆଜି ସୀମା ଶଶକ୍ତ ବଳ ସିଲିଗୁଡି କଲିକତା ବନାମ ସାଇ ହାଲ ସୁନାବେଢ଼ା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ଖେଳ ବେସ୍ ଚିତାକର୍ଷକ ହୋଇଥିଲା । ଖେଳ ଶେଷ ସୁଦ୍ଧା ଉଭୟ ଉଭୟଙ୍କୁ ୩ଟି ଲେଖାଏଁ ଗୋଲ ଦେଇ ମ୍ୟାଚକୁ ଅମିମାଂସିତ ରଖିଥିଲେ । ଏହା ପରେ ପେନାଲ୍ଟିକ୍ର ସାହାଯ୍ୟ ନିଆଯାଇଥିଲା । ଏଥିରେ ମଧ୍ୟ ଉଭୟ ଦଳ ଉଭୟଙ୍କୁ ସମାନ ସମାନ ଗୋଲ ପ୍ରଦାନ କରିଥିଲେ । ଶେଷରେ ସଡନ ଡେଥର ସାହାଯ୍ୟ ନିଆଯାଇଥିଲା । ଏଥିରେ ସାଇ ହାଲ ସୁନାବେଢ଼ା ୧-୦ ଗୋଲରେ ବିଜୟ ଲାଭ କରିଛି ।
ସାଇ ହାଲର ୧୦ ନମ୍ବର ପ୍ଲେୟାରଙ୍କୁ ମ୍ୟାନ ଅଫଦି ମ୍ୟାଚ ଭାବେ ଘୋଷଣା କରାଯାଇଛି । ଆଜି ଖେଳ ଶେଷ ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିଲେ । ଆଜି ଖେଳର ଅତିଥି ଭାବେ ପୁର୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥୀ, ସମାଜ ସେବୀ ତଥା କ୍ରୀଡ଼ା ବିତ୍ ଦିବାକର ନାୟକ, ୟୁନିଟେକ୍ର ଅଧ୍ୟକ୍ଷ ପ୍ରଦୀପ କୁମାର ପୃଷ୍ଟି, ନୟାଗଡ଼ କ୍ଲବର ସଭାପତି ରବିନ୍ଦ୍ର ନାଥ ସାହୁ, ଆମ୍ବେଦକର ମହାସଂଘର ଜିଲ୍ଲା ସଭାପତି ସୁଧୀର କୁମାର ମୁଖି, ସମ୍ପାଦକ ଅକ୍ଷୟ କୁମାର ନାୟକ, ସମାଜ ସେବୀ ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଖେଳକୁ ପରିଚାଳନା କରିଥିଲେ ରେଫରୀ ରାଜୁ ମହାନ୍ତି, ଶେଷଦେବ ବେହେରା, ଦେବରାଜ ସ୍ୱାଇଁ, ରମେଶ ଚନ୍ଦ୍ର ପାଇକରାୟ । ମ୍ୟାଚର କମିଶନର ହୋଇଥିଲେ କୋଚ ଆଲୋକ କୁମାର ଦାସ । ଆଜିର ଖେଳକୁ ସଞ୍ଚାଳନ କରିଥିଲେ ରାମକୃଷ୍ଣ ରଥ ଓ ଆଶୁତୋଷ ମିଶ୍ର । ଆସନ୍ତା କାଲି ପ୍ରଥମ ସେମି ଫାଇନାଲ । ଆସନ୍ତା କାଲି ଜଗା ୟୁନାଇଟେଡ୍ ଭୁବନେଶ୍ୱର ବନାମ ଟାଟା ଫୁଟବଲ ଏକାଡେମୀ ଜାମ୍ସେଦପୁର ମଧ୍ୟରେ ଅନୁଷ୍ଠିତ ହେବ । ଆଜିର ଖେଳ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।






