ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୬ନଂ ୱାର୍ଡ଼ ନେଳୀପୋଖରୀରେ ବୁଡ଼ି ଜଣେ ଶିଶୁ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସ୍ଥାନୀୟ ରଂଜନ ପ୍ରଧାନଙ୍କ ଦୁଇ ବର୍ଷର ଶିଶୁପୁତ୍ର ରଘୁନାଥ ପ୍ରଧାନ ଆଜି ଖେଳୁଥିବା ସମୟରେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା । ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ରଣପୁର ଡାକ୍ତରଖାନା ନେବା ବେଳକୁ ଶିଶୁଟି ମୃତ୍ୟୁ ବରଣ କରି ସାରିଥିବା ଜଣାଯାଇଛି ।





