ଜଳେଶ୍ବର, (ବାଘୁଆବାର୍ତ୍ତା): ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳି ପାଲଟିଛି ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳ । ଦିନକୁ ଦିନ ଏଠାରେ ନିଶାଦ୍ରବ୍ୟ କାରବାର ବଢ଼ିବାରେ ଲାଗିଛି । ଗତ ରବିବାର ଜଳେଶ୍ବର ପୋଲିସ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିଲା । ତେବେ ଅଭିଯୁକ୍ତକୁ ପଚରାଉଚରା କରିବା ପରେ ମଙ୍ଗଳବାର ରାତିରେ ପୋଲିସ୍ ଟିମ୍ ପୁଣି ଛାପାମାରୀ କରିଥିଲା । ରାତି ୧୦ଟାରେ ଶେଖାବଡ଼ ଗାଁର କାଦାର ଖାଁ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ । ତେବେ ରେଡ୍ ବେଳେ ପୋଲିସ ଆକ୍ରମଣର ଶିକାର ହୋଇଛି । ରାତିରେ ଚଢ଼ାଉ ବେଳେ ବ୍ରାଉନସୁଗାର ବେପାରୀଙ୍କ ପରିବାର ଲୋକ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ୫ଜଣରୁ ଅଧିକ ପୋଲିସକର୍ମୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜଳେଶ୍ୱର ଜି.କେ. ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ପୋଲିସ ମୁକିନ୍ ଖାଁ ନାମକ ଯୁବକକୁ ଅଟକ ରଖି ତଦନ୍ତ କରୁଛି ।





