Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲାରେ ସାଧାରଣ ରୋଗୀ ସେବା ବିପର୍ଯ୍ୟସ୍ତ

by Anil Panda
July 22, 2020
in Breaking, Health
ଦଶପଲ୍ଲାରେ ସାଧାରଣ ରୋଗୀ ସେବା ବିପର୍ଯ୍ୟସ୍ତ
42
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ଜିଲ୍ଲାରେ କରୋନା ପାଇଁ ଏବେ ସାଧାରଣ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗତ ୯ ତାରିଖରେ ସ୍ୱାସ୍ଥ୍ୟ କର୍ମଚାରୀମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାକୁ ସିଲ୍ କରି ଦିଆଯାଇଛି । ଏହା ମଧ୍ୟରେ ୧୪ ଦିନ ବିତିସାରିଥିବା ବେଳେ ଡାକ୍ତରଖାନା ସିଲ୍ ଖୋଲା ଯାଇନଥିବା ଏବଂ ରୋଗୀ ସେବା ଆରମ୍ଭ କରାଯାଇନଥିବାରୁ ସାଧାରଣ ରୋଗୀମାନେ ସେବା ପାଇବାରୁ ବଂଚିତ ହେଉଛନ୍ତି । ସୂଚନାନୁସାରେ, ଗତ ୯ ତାରିଖ ରାତିରେ ଦଶପଲ୍ଲା ଡାକ୍ତରଖାନାରୁ ୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା । ଡାକ୍ତରଖାନାରେ ଥିବା ରୋଗୀମାନେ କରୋନା ଭୟରେ ଛତ୍ରଭଙ୍ଗ ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଲ୍ କରି ଦିଆଯାଇଥିଲା । ଏହା ମଧ୍ୟରେ ୭ ଜଣ କରୋନା ଯୋଦ୍ଧା ଚିକିତ୍ସିତ ହୋଇ ଫେରି ସାରିଥିବା ବେଳେ ଏହି ଘଟଣାକୁ ୧୪ ଦିନ ବିତିଛି । ମାତ୍ର ଡାକ୍ତରଖାନାରେ ଆଜି ପର୍ଯ୍ୟନ୍ତ ସାଧାରଣ ରୋଗୀସେବା ବନ୍ଦ ରହିଥିବା ବେଳେ କେବଳ ଜରୁରୀକାଳିନ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି । ଯାହାକୁ ନେଇ ଦଶପଲ୍ଲା ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ଏଦିଗରେ ଚିନ୍ତା କରି ଡାକ୍ତରଖାନାକୁ ସାଧାରଣରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!