ବାରଙ୍ଗ, (ବାଘୁଆବାର୍ତ୍ତା): ରାଜଧାନୀ ଉପକଣ୍ଠ ବଞ୍ଜାରା ଗ୍ୟାଙ୍ଗ । ଘରେ ପଶିଲେ ଲେଡି ଲୁଟେରା । ଲୁଟ୍ ଉଦ୍ୟମ ବେଳେ ଧରା ପଡ଼ିଗଲେ । ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଓ ଏଟିଏମ୍ କାର୍ଡ ଜବତ । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ସ୍ଥିତ ବିଡ଼ିଏ କଲୋନୀ ଏମ୍ଆଇଜି୧ର ୧୦ ନମ୍ବର ବ୍ଳକରେ । ରଞ୍ଜିତ ବେହୁରାଙ୍କ ପରିବାର ଲୋକ ଘରେ ଶୋଇଥିବା ବେଳେ ୨ଜଣ ଲେଡୀ ଲୁଟେରା ଘରେ ପଶି ଚୋରି କରିଥିଲେ । ସୁନା ଅଳଙ୍କାର, ନଗଦ ଟଙ୍କା ଏବଂ ଏଟିଏମ୍ କାର୍ଡ ନେଉଥିବା ବେଳେ ଧରା ପଡିଛନ୍ତି। ପରେ ସିପିଆରକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଚନ୍ଦ୍ରଖେଶରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଲେଡି ଲୁଟେରାଙ୍କୁ କାବୁ କରି ପଚରାଉଚରା କରୁଛି ।





