ଦକ୍ଷିଣକାଳୀ ପଡିଆରେ ବ୍ଲକ ସ୍ତରୀୟ କ୍ରିକେଟ ଖେଳ ଉଦ୍ଯାପିତ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ପକ୍ଷରୁ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଉଅଛି । ଦକ୍ଷିଣକାଳୀ ପଡିଆରେ ବ୍ଲକ ସ୍ତରୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବ୍ଲକର ସମସ୍ତ ପଞ୍ଚାୟତର ପ୍ରତିନିଧିତ୍ୱ ରହିଥିଲା । ମୋଟ ୨୭ ଗୋଟି କ୍ରିକେଟ ଟିମ୍ ଏହି କ୍ରୀଡ଼ା ଉତ୍ସବରେ ସାମିଲ ହୋଇଥିଲେ । ଗତ ୪ ତାରିଖରୁ ଏହା ଉଦ୍ଘାଟିତ ହୋଇଥିଲା । ଆଜି ଉଦ୍ଯାପନି ହୋଇଛି । ଫାଇନାଲ୍ ମ୍ୟାଚ୍ ଇଟାମାଟି ଓ ନୋତର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଫାଇନାଲରେ ଇଟାମାଟି ଦଳ ବିଜୟ ଲାଭ କରିଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସେ ତାଙ୍କ ଅଭି ଭାଷଣରେ ସୁସ୍ଥ ଓଡିଶା ସୁଖି ଓଡିଶା ଗଠନରେ ସହାୟକ ହେବ ଯୁବ ଓଡିଶା ନବୀନ ଓଡିଶା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ଏହି କ୍ରୀଡ଼ା ଉତ୍ସବ ନିଷ୍ପତିକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରତ୍ୟେକ ଯୁବକ ମାନେ ପ୍ରତିଦିନ ଘଣ୍ଟାଏ ଲେଖାଏଁ ଯେ କୌଣସି ଖେଳ ଖେଳିବାର ଆବଶ୍ୟକତା ରହିଛି ବୋଲି ଡ. ସାହୁ ପ୍ରକାଶ କରିଥିଲେ ।
କ୍ରୀଡ଼ା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବିଡିଓ ପଦ୍ମ ଚରଣ ସାହୁ ଓ ନୟାଗଡ଼ ପୌରାଞ୍ଚଳର ସମସ୍ତ କାଉନସିଲର ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।






