ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ ୨୦୨୪ ର ଆଜି ଦ୍ୱିତୀୟ ଦିନ । ଆଜି ଦିବା ୩ ଘଟିକା ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସିନ୍ଦୁରିଆ ୭୮୬ ୟୁଥ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ, ନୟାଗଡ଼ କ୍ଲବ ଓ ନୟାଗଡ଼ ମଣିଂ କ୍ଲବ ଆନୁକୁଲ୍ୟରେ ଉକ୍ତ ମ୍ୟାଚ ଅନୁଷ୍ଠିତ ହୋଇଛି ।
ଆଜି ଟାଟା ଫୁଟବଲ ଏକାଡେମୀ ବନାମ ସ୍ପୋର୍ଟସ ଓଡିଶା କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟାଟା ଫୁଟବଲ ଏକାଡେମୀ ୪-୦ ଗୋଲରେ ବିଜୟ ଲାଭ କରିଛି । ଆଜିର ଖଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ଜିଲ୍ଲା ବିଜୁ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ସମାଜସେବୀ ବିକାଶ କୁମାର ପ୍ରଧାନ ଓ ଅନ୍ୟତମ ସମାଜ ସେବୀ ରାଧେଶ୍ୟାମ ମହତା ପ୍ରମୁଖ ଯୋଗ ଦେଇଥିଲେ ।
ଆଜିର ଖେଳକୁ ପରିଚାଳନା କରିଥିଲେ ରେଫରୀ ରାଜୁ ମହାନ୍ତି, ସଚିକାନ୍ତ ଦାଶିଆ, ଅଶୋକ କଅଁର, ପ୍ରଶନ୍ନ ନାୟକ । ମ୍ୟାଚର କମିଶନର ହୋଇଥିଲେ କୋଚ ଆଲୋକ କୁମାର ଦାସ । ଆଜିର ଖେଳକୁ ସଞ୍ଚାଳନ କରିଥିଲେ ସେକ୍ ଅବଦୁଲ୍ ଖାଲିକ ଓ ଆଶୁତୋଷ ମିଶ୍ର । ଆସନ୍ତା କାଲି ଆର୍ଟିଲେରି ସେଣ୍ଟର ହାଇଦ୍ରାବାଦ ବନାମ ୟୁନାଇଟେଡ୍ କ୍ଲବ ବରଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ଖେଳ ଦେଖିବା ପାଇଁ ହଜାର ହଜାର ଦର୍ଶକ ଯୋଗ ଦେଇଥିଲେ ।






