ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କରୋନା ଆକ୍ରାନ୍ତ ସଂଖ୍ୟାରେ ଆଜି ପୁଣି ୫ ଯୋଡ଼ି ହୋଇଛି । ରାଜ୍ୟରେ ଆଜି ୧୦୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ନୟାଗଡ଼ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୩ ଜଣ ପୁରୁଷ ରହିଥିବା ଜଣାଯାଛି । ରଣପୁର ବ୍ଲକରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ସଂକ୍ରମିତ ଏବଂ ଦୁଇ ଜଣ ଜିଲ୍ଲା ବାହାରେ ସ୍ୱାବ ପରୀକ୍ଷା କରାଇଥିବା ଜଣାଯାଇଛି । ସେହିଭଳି ଭାପୁର ବ୍ଲକ ମାଧପୁର ସଂଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ଗଞ୍ଜାମ ଫେରନ୍ତା ବୋଲି ସୂଚନା ମିଳିଛି । ଅନ୍ୟ ଜଣେ ଆକ୍ରାନ୍ତ ନୂଆଗାଁ ବ୍ଲକର ବୋଲି ଜଣାଯାଇଛି । ସେ ଜିଲ୍ଲା ବାହାରେ ସ୍ୱାବ ପରୀକ୍ଷା ପାଇଁ ଦେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।






