ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ ରେ ପଂହଚିଛି । ସେଥିମଧ୍ୟରେ ୪୩୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୧୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୩୭, ବାଲେଶ୍ୱର ୪୦, ବରଗଡ଼ ୪, ଭଦ୍ରକ ୧୨, ବଲାଙ୍ଗିର ୫, କଟକ ୮୪, ଢେଙ୍କାନାଳ ୧୦, ଗଂଜାମ ୨୨୫, ଜଗତସିଂହପୁର ୭, ଯାଜପୁର ୨, କନ୍ଧମାଳ ୫, କେନ୍ଦ୍ରାପଡ଼ା ୧୩, ଖୋର୍ଦ୍ଧା ୬୮, କେନ୍ଦୁଝର ୮, କୋରାପୁଟ ୨୮, ମାଲକାନଗିରି ୧୦, ମୟୁରଭଂଜ ୩, ନୟାଗଡ଼ ୪, ରାୟଗଡ଼ା ୪୭, ସମ୍ବଲପୁର ୧୦, ସୋନପୁର ୧, ସୁନ୍ଦରଗଡ଼ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୧୫ ଟି ମାମଲା ସକ୍ରିୟ ରହିଥିବା ୧୨୯୦୯ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





