ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରର ଜଣାଶୁଣା ସମାଜସେବୀ ଲକ୍ଷ୍ମଣ ମଲ୍ଲଙ୍କ ପରଲୋକ ଘଟିଛି l ସେ କିଛି ଦିନ ହେଲା ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆଜି ଘରକୁ ଫେରିଥିଲେ l ଆଜି ରାତି ପ୍ରାୟ ସାଢ଼େ 10ଟା ସମୟରେ ପରଲୋକ ଘଟିଛି l ନୟାଗଡ଼ ସହରର ବିଭିନ୍ନ ସଭା ସମିତିରେ ଖୋଜା ପଡନ୍ତି ଲକ୍ଷ୍ମଣ ମଲ୍ଲ l ସେ ଜଣେ ବନ୍ଧୁ ବତ୍ସଳ, ପରୋପକାରୀ ବ୍ୟକ୍ତି ଥିଲେ ଏବଂ ସମସ୍ତଙ୍କ ମନରେ ମଲ୍ଲ ବାବୁ ଭାବେ ଏକ ସ୍ଥାନ ଅକ୍ତିଆର କରିଥିଲେ l ମଲ୍ଲ ବାବୁ ପରଲୋକ ଖବର ପାଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଲକ୍ଷ୍ମଣ ମଲ୍ଲଙ୍କ ବାସଭବନରେ ପହଞ୍ଚି ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି l ନୟାଗଡ଼ ପୌରପରିଷଦ 12ନମ୍ବର ୱାର୍ଡର କାଉନସିଲର ଅଳକା ମଞ୍ଜରୀ ନାୟକଙ୍କ ଶଶୁର l ମଲ୍ଲ ବାବୁ ପରଲୋକ ସମୟରେ ପାଖରେ ସ୍ତ୍ରୀ, ପୁଅ ବୋହୂ, ନାତୁଣୀ ଉପସ୍ଥିତ ଥିଲେ l ମଲ୍ଲ ବାବୁଙ୍କ ପରଲୋକ ଖବର ଶୁଣିବା ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି l






