Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲାକୁ ପୁଲିସ ଉପଖଣ୍ଡ ଘୋଷଣା ଦାବି

by Anil Panda
July 21, 2020
in Breaking, Nayagarh, State
ଦଶପଲ୍ଲାକୁ ପୁଲିସ ଉପଖଣ୍ଡ ଘୋଷଣା ଦାବି
64
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ଜିଲ୍ଲାକୁ ୩ଟି ପୁଲିସ ଉପଖଣ୍ଡରେ ବିଭକ୍ତ କରାଯାଇଥିବା ବେଳେ ଦଶପଲ୍ଲାକୁ ସ୍ୱତନ୍ତ୍ର ପୁଲିସ ଉପଖଣ୍ଡ ଘୋଷଣା କରିବା ନେଇ ଦାବି ଉଠୁଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଦଶପଲ୍ଲା, ଗଣିଆ ଏବଂ ବାଣିଗୋଚ୍ଛା ଥାନାକୁ ନେଇ ପୁଲିସ ଉପଖଣ୍ଡ ଘୋଷଣା କରାଗଲେ ଏହି ଅଂଚଳର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିପାରିବ ବୋଲି ମତ ପ୍ରକାଶ ପାଉଛି । ସୂଚନାନୁସାରେ, ନୟାଗଡ଼ ପୁଲିସ ଉପଖଣ୍ଡ କାର୍ଯ୍ୟାଳୟ ଅଧିନରେ ଦଶପଲ୍ଲା ଓ ବାଣିଗୋଚ୍ଛା ଥାନା ରହିଥିବା ବେଳେ ଖଣ୍ଡପଡ଼ା ପୁଲିସ ଉପଖଣ୍ଡରେ ଗଣିଆ ଥାନା ରହିଛି । ଦିନକୁ ଦିନ ଦଶପଲ୍ଲା ଓ ବାଣିଗୋଚ୍ଛା ଅଂଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଡ଼କୁ ଗତି କରିବା ସହ ଏହି ଅଂଚଳ ଲୋକଙ୍କ ଜୀବନ ଜୀବିକାରେ ସମସ୍ୟା ସୃଷ୍ଟି କରୁଛି । ଦଶପଲ୍ଲା ବ୍ଲକରେ ପୂର୍ବରୁ ମାଓବାଦୀଙ୍କ ଚଳପ୍ରଚଳ ରହୁଥିବା ବେଳେ ଗଣିଆ ବ୍ଲକରେ ମଧ୍ୟ ସମାନ ସ୍ଥିତି ଅଧିକାଂଶ ସମୟରେ ଦେଖାଯାଇଛି । ଦଶପଲ୍ଲାର ଚଡ଼େୟାପଲ୍ଲୀ, ନୂଆଗାଁ, ବାଣିଗୋଚ୍ଛା ଥାନା ଅଂଚଳର ବିଭିନ୍ନ ସ୍ଥାନ ଏବଂ ଗଣିଆ ବ୍ଲକର ବଡ଼ଶିଲିଙ୍ଗା ଅଂଚଳରେ ମାଓ ଚଳପ୍ରଚଳ ରହି ଆସୁଥିଲା । ମାତ୍ର ସରକାର ମାଓବାଦୀଙ୍କ ପାଦୃଭାବ ହ୍ରାସ ଘଟିଥିବାରୁ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରିଥିବା ବେଳେ ସାଧାରଣ ଲୋକଙ୍କ ମନରୁ କିନ୍ତୁ ଭୟ ଦୂର ହୋଇନାହିଁ । ଅନ୍ୟପକ୍ଷେ, ଦଶପଲ୍ଲା ଓ ବାଣିଗୋଚ୍ଛା ଦେଇ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ବ୍ୟାପକ ଗଞ୍ଜେଇ ଏବଂ ଗୋ ଚାଲାଣ କରାଯାଇଥିବା ଘଟଣା ବାରମ୍ବାର ସାମନାକୁ ଆସୁଛି । ଦଶପଲ୍ଲା ଅଂଚଳରେ ବିଗତ ଦୁଇ ବର୍ଷର ଅପରାଧ ଜନିତ ଘଟଣା ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି । ଏହି ଅଂଚଳରେ ବ୍ୟାପକ ଚୋରୀ, ଲୁଟ ତରାଜ ବଢ଼ିଥିବା ଜଣାଯାଇଛି । ଦିନ ଦ୍ୱିପହରେ ରାସ୍ତା ଉପରୁ ଲୁଟ ହେବା ସହ ଗାଁ ଗହଳୀରେ ମଧ୍ୟ ଲୁଟେରାଙ୍କ ପାର୍ଦୃଭାବ ବୃଦ୍ଧିପାଇଛି । ସେହିଭଳି ବାଣିଗୋଚ୍ଛା ଅଂଚଳରେ ଦେଶୀ ମଦ କାରବାରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି । ଏହି ତିନଟି ଥାନା ଅଂଚଳ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟିରୁ ଦୂରରେ ରହୁଥିବାରୁ ସମସ୍ୟା ବେଳକୁ ବେଳ ତୀବ୍ରତ୍ତର ହେବାରେ ଲାଗିଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାର ତିନଟି ପୁଲିସ ଉପଖଣ୍ଡକୁ ୪ରେ ପରିଣତ କରିବାକୁ ନେଇ ଦଶପଲ୍ଲା ଅଂଚଳରେ ଦାବି ଗୁମୁରିବା ଆରମ୍ଭ କରିଛି । ବିଭିନ୍ନ ସଂଗଠନ ଏନେଇ ରାଜ୍ୟ ସରକାର ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ସଜବାଜ ହେଉଥିବା ବେଳେ କେବଳ କରୋନା ଏବଂ କୋଭିଡ୍ କଟକଣାକୁ ଉଠିବାକୁ ଅଂଚଳବାସୀ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷେ, ଜିଲ୍ଲାରେ ୪ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଦଶପଲ୍ଲା ଭଳି ଏକ ବିରାଟ ଭୂଖଣ୍ଡ ତଥା ନିର୍ବାଚନ ମଣ୍ଡଳୀକୁ ପୁଲିସ ଉପଖଣ୍ଡରେ ପରିଣତ କରାଗଲେ ସାଧାରଣ ଲୋକେ ବ୍ୟାପକ ସୁବିଧା ପାଇବେ ବୋଲି ମତ ପ୍ରକାଶ ପାଇଛି । ଦଶପଲ୍ଲାରେ ଉପକାରାଗାରା, କୋର୍ଟ ଆଦି ରହିଥିବା ବେଳେ ଏହି ଅଂଚଳକୁ ପୁଲିସ ଉପଖଣ୍ଡ ମାନ୍ୟତା ସହ ଏସ୍‌ଡିପିଓ କାର୍ଯ୍ୟାଳୟ ନିର୍ମାଣ ନେଇ ଦାବିକୁ ପୁଲିସ ବିଭାଗ ଏବଂ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!