ଭଦ୍ରକ, (ବାଘୁଆବାର୍ତ୍ତା): ଲୁଟେରା ଲୁଟିବା ପାଈଁ ଯୋଜନା କରୁଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଯୋଜନାବଦ୍ଧ ଭାବରେ ମାଡ଼ିବସିଲା | ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ନିକଟରେ | ଗ୍ରାମାଞ୍ଚଳ ଥାନା ଚରମ୍ପା ଅଂଚଳର ୫ ରୁ ୬ ଜଣ ଲୁଟେରା ଏକ ଆଟୋ ଯୋଗେ ଯୋଜନା ବଦ୍ଧ ଭାବେ ଶୀତୁଆ ଅନ୍ଧାର ରାତିର ସୁଯୋଗ ନେଇ ୧୬ ନମ୍ବର ଜାତୀୟ ରାଜପଥ ଓ ଏହାର ଆଖ ପାଖ ଅଂଚଳରେ ଲୁଟ କରିଚାଲିଥିଲେ ହେଲେ ଗତକାଲି ବିଳମ୍ବିତ ରାତିରେ ଚରମ୍ପା ଅଂଚଳରେ ଏକ ଲୁଟ ର ଯୋଜନା କରୁଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ସଦଳବଳେ ଏମମାନଙ୍କୁ ମାଡ଼ିବସିଛି |ଏମାନେ ପାଖରୁ ମାରଣାସ୍ତ୍ର ଯଥା 3 ଟି ତେଲଂଗା ଖଣ୍ଡା, ଖୁର ଗୋଟିଏ, ମୋବାଇଲ ୨ ଟି, ଗୋଟିଏ ଆଟୋ, ଗୋଟିଏ ପଲସର ବାଇକ ଜବତ କରିଛି |ଏହି ଲୁଟେରା ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ ବିଶାଣୀ ଖରିଦା ଅଞ୍ଚଳର ଜଗନ ପ୍ରସାଦ ନାୟକ (ରୁଦ୍ର ), କୁନ୍ତଳା ଅଂଚଳର ଅଜୟ ସୋନା (ଜାନୁ ), କୁନ୍ତଳା ଅଂଚଳର ଧୂମା ବାସ୍କେ (ଢମଣା ), ଏରେଇଁ ଅଂଚଳର ରାମ ଟୁଡୁ (ଅପୁ )ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟଜଣେ ପୋଲିସ କୁ ଚକମା ଦେଇ ଖସିପଳାଇବାରେ ସକ୍ଷମ ହୋଇଛି |ତେବେ ପୋଲିସ ଏହି ସଂକ୍ରାନ୍ତ ରେ କେଶ ନମ୍ବର ୭୬୯/୨୩ ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି |





