Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୦ କୋଟିର ଠକେଇ, ଠକ ଦମ୍ପତି ଅଟକ, ଡିସ୍‌କାଉଣ୍ଟରେ କାର୍ ଦେବାକୁ କହିଥିଲେ

by ସଞ୍ଜୟ ସ୍ୱାଇଁ
December 21, 2023
in Crime, State
୪୦ କୋଟିର ଠକେଇ, ଠକ ଦମ୍ପତି ଅଟକ, ଡିସ୍‌କାଉଣ୍ଟରେ କାର୍ ଦେବାକୁ କହିଥିଲେ
135
VIEWS
Share on FacebookShare on Twitter

ଭୁବେନଶ୍ୱର, (ବାଘୁଆବାର୍ତ୍ତା): ଡିସ୍‌କାଉଣ୍ଟରେ କାର୍ ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଲା ପୋଲିସ । ଅକ୍ଷୟ ଗୌଡ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ନୟାପଲ୍ଲୀ ପୋଲିସ । ରାଜଧାନୀରେ ଏକାଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ ମା’ ଖଣ୍ଡୁଆପାଟ ଅଟୋ ମୋବାଇଲ୍ସ ନାଁରେ ଚୂନ ଲଗାଇଥିଲେ ଦମ୍ପତି । ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ ଯେ, ଡିସ୍‌କାଉଣ୍ଟରେ ମିଳିବ ନୂଆ କାର୍ । ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାର୍‌ର ଚାଲିଛି କ୍ଲିୟରାନ୍ସ ସେଲ୍ । ୧୦ ଲକ୍ଷ ଟଙ୍କାର କାର୍‌ରେ ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର୍‌ରେ ୯ ଲକ୍ଷ ଟଙ୍କା ମିଳିବ । ଆଉ ବିଭିନ୍ନ କାର୍ ସୋ’ରୁମ୍ ଏହି କ୍ଲିୟରାନ୍ସ ସେଲ୍ ପାଇଁ ମା’ ପାଟଖଣ୍ଡ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି ହୋଇଛି । ଏପରିକି ଏହା ସତ୍ୟ ବୋଲି ଦେଖାଇବା ପାଇଁ କିଛି ଲୋକଙ୍କୁ ନୂଆ କାର୍ ମଧ୍ୟ ଯୋଗାଇ ଦେଇଥିଲେ । ଏହାକୁ ଦେଖି ଅନ୍ୟମାନେ ସମସ୍ତେ ଅଗ୍ରୀମ ଟଙ୍କା ଜମା ମଧ୍ୟ କରିଦେଲେ । ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ସ୍ବାମୀ-ସ୍ତ୍ରୀ ସମେତ ୩ ଜଣ କୁଖ୍ୟାତ ଠକ ଫେରାର ହୋଇ ଯାଇଥିଲେ । ଅକ୍ଷୟ ଗୌଡ, ସ୍ତ୍ରୀ ଉଷାରାଣୀ ବାରିକ ଓ ଶିବରାମ ଗୌଡ ଏହି ଟଙ୍କା ଚଳୁ କରି ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର, କ୍ୟାପିଟାଲ ଥାନାରେ ଏକାଧିକ ଅଭିଯୋଗ ହୋଇଛି । ପୋଲିସ ଏନେଇ ମାମଲା ମଧ୍ୟ ରୁଜୁ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!