ରାଉରକେଲା, (ବାଘୁଆବାର୍ତ୍ତା): ଲାଞ୍ଚ ନେବାବେଳେ ଧରା ପଡ଼ିଲେ ଟାଟା ପାୱାରର ଜେଇ । ସୁନ୍ଦରଗଡ ବଡ଼ଗାଁ ଜେଇ ରଞ୍ଜନ ଦାସ ୩୦ ହଜାର ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ରଞ୍ଜନ, ନିଜ ଅଧିନସ୍ଥ ଠିକା କର୍ମଚାରୀ ପ୍ରବୀଣ କୁଲ୍ଲୁକୁ ଚାକିରି ନିୟମିତ କରାଇଦେବାକୁ କହି ୩୦ ହଜାର ନେଉଥିବାବେଳେ ମାଡ଼ି ବସିଲା ସୁନ୍ଦରଗଡ଼ ଭିଜିଲାନ୍ସ। ତେବେ ବର୍ତ୍ତମାନ ତାଙ୍କୁ ହେପାଜତକୁ ନେଇଛି ଭିଜିଲାନ୍ସ। ଏହା ପୂର୍ବରୁ ବୁଧବାର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଏସଡିଏ ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କୁ ଗିରଫ କରିଥିଲା ସମ୍ବଲପୁର ଭିଜିଲାନ୍ସ। ବନ୍ଦିତାଙ୍କ ନାଁରେ ଭୁବନେଶ୍ବରରେ ଘର ଏବଂ ବାରିପଦାରେ ପ୍ଲଟ୍ ରହିଥିବାବେଳେ କୋଟିଏ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ରହିଛି। ଏହା ସହ ଆୟରୁ ୮୮ ପ୍ରତିଶତ ଅଧିକ ସମ୍ପତ୍ତି ଜବତ ହୋଇଛି। ଏହା ପୂର୍ବରୁ ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ।





