ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଜେଡି କାର୍ଯ୍ୟାଳୟଠାରେ ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁଙ୍କ ସଭାପତିତ୍ବରେ ଡିସେମ୍ବର ୨୬ ବିଜେଡ଼ି ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ବୋଲି କହିଥିଲେ । ରାଜ୍ୟର ବିକାଶରେ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ସରକାର ଲୋକଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନା କରୁଛନ୍ତି ।
୨୬ ତାରିଖ ବିଜେଡି ପ୍ରତିଷ୍ଠା ଦିବସ ପାଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର, ସାହୁ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦୁର୍ୟୋରଧନ ବେହେରା, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ସଂଖ୍ୟାଲଘୁ ସଂପ୍ରଦାୟର ସଭାପତି ଏସକେ ନଇଁମ, ବିଜୁ ଶ୍ରମିକ ସାମ୍ମୁଖ୍ୟର ନେତା ଶ୍ରୀକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ । ପୁରୁଣା ସହରର ମା ଦକ୍ଷିଣକାଳୀ ମନ୍ଦିର ଠାରୁ ଡିସେମ୍ବର ୨୬ ତାରିଖ ସକାଳ ୭ଟାରେ ମିନି ମାରାଥନ ଆରମ୍ଭ ହୋଇ ବଲାଙ୍ଗି ପାର୍କଠାରେ ଶେଷ ହେବ । ମିନି ମାରାଥନରେ ମହିଳାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି କ୍ଷ ପଞ୍ଚାୟତର ପ୍ରତି ୱାର୍ଡ଼ରୁ ଯୁବ ଓ ଛାତ୍ର ମିନିମାରାଥନରେ ସାମିଲ ହେବେ । ଜୀବନ ବିନ୍ଦୁ ଆନୁକୁଲ୍ୟରେ ବଲାଙ୍ଗି ପାର୍କ ପରିସରରେ ଥିବା କାଫେଟ ଗୃହରେ ରକ୍ତଦାନ କାର୍ୟ୍ୟିକ୍ରମ ଅନୁଷ୍ଠିତ ହେବ ।






