ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଏନଏସି ଅନ୍ତର୍ଗତ ୧୨ନଂ ୱାର୍ଡ କୃଷ୍ଣଚନ୍ଦ୍ରପୁରପାଟଣା ର ଜନୈକ ମହିଳାଙ୍କ ଫୋନପେ ରୁ ସାଇବର୍ ଲୁଟେରା ୨୦୯୯ ଟଙ୍କା ଲୁଟ୍ କରିଛନ୍ତି। ୱାର୍ଡର କାର୍ତ୍ତିକ ସାହୁଙ୍କ ପତ୍ନୀ ମୀନତି ସାହୁଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଲା ଯେଉଁଥିରେ ଖବର ଆସିଲା ତୁମର ଅଫର୍ ଆସିଛି ଫୋନ୍ ପେ ରେ ମିଳିବ। ଫୋନ୍ ପେ ଖୋଲ। ମିନତୀ ଫୋନ୍ ପେ ଖୋଲିବା ମାତ୍ରେ ହଠାତ୍ ଦୁଇ ଥରରେ ୧୧୦୦ ଓ ୯୯୯ ଟଙ୍କା କଟି ଯାଇଥିଲା। ସମୁଦାୟ ଅର୍ଥ କଟିଯିବା ପରେ ମୀନତି ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି।





