Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଶ୍ରୀମୟୀ ମିଶ୍ର ହେବେ ସାଂସଦ ପ୍ରାର୍ଥୀ

by ସଞ୍ଜୟ ସ୍ୱାଇଁ
December 16, 2023
in Politics, State
ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଶ୍ରୀମୟୀ ମିଶ୍ର ହେବେ ସାଂସଦ ପ୍ରାର୍ଥୀ
109
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଏଥର ହେବ ଘମାଘୋଟ ଲଢ଼େଇ । ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢିବେ ନିର୍ବାଚନ । ଶ୍ରୀମୟୀଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ସାଂସଦ ପ୍ରାର୍ଥୀ ଭାବେ ବାଛିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେ କହିଛନ୍ତି, ଶ୍ରୀମୟୀ ମିଶ୍ର ପ୍ରତିନିଧିତ୍ବ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନର ପ୍ରଶ୍ନ । ତେଣୁ ତାଙ୍କୁ ବିଜୟୀ କରିବାକୁ ସମସ୍ତଙ୍କୁ ନିବେଦନ । ତେବେ ବର୍ତ୍ତମାନର ସ୍ଥିତି ଅନୁଯାୟୀ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗ ଧରିଥିବା ବେଳେ ତାଙ୍କୁ ମୁକାବିଲା କରିପାରନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ଦେଖିବ ହାଇ ଭୋଲଟେଜ ଲଢ଼େଇ । ଗତ ଥରର ଭୁଲ୍‌କୁ ଦୋହରାଇବନି ବିଜେଡି । ଭୁବନେଶ୍ୱର ଲୋକସଭା ଆସନକୁ ଯେମିତି ହେଲେ ଦଖଲ କରିବାକୁ ବିଜେଡି ଚଳାଇଛି ମାରାଥନ କସରତ । ଭୁବନେଶ୍ୱର ଲୋକସଭା ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ, ଏଯାଏଁ ବିଧିବଦ୍ଧ ଘୋଷଣା ହୋଇନି । ମାତ୍ର ଶ୍ରୀମୟୀ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରଠାରୁ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ବିଜେଡି ମଧ୍ୟ ଶ୍ରୀମୟୀଙ୍କ ଭଳି ଯୁବ ନେତୃତ୍ୱ ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ବିଜେଡି ନେତାମାନେ ଖୋଲାଖୋଲି ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ କହି ବୁଲିଲେଣି । ଉତ୍ତର ନିର୍ବାଚନମଣ୍ଡଳୀରେ ପଦଯାତ୍ରାବେଳେ ଲୋକସଭା ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ଜିନ୍ଦାବାଦ ନାରାବାଜି ଶୁଣିବାକୁ ମିଳିଲା । ଜଟଣୀ ନିର୍ବାଚନମଣ୍ଡଳୀରେ ସଭାମଞ୍ଚରୁ ଶ୍ରୀମୟୀ ଲୋକସଭା ପ୍ରାର୍ଥୀ ହେବେ ବୋଲି କୁହାଯାଇଛି । ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏ ନେଇ ସୂଚନା ଦେବା ସହ ତାଙ୍କୁ ଅଧିକରୁ ଅଧିକ ଭୋଟ୍ ଦେଇ ଜିତାଇବାକୁ ଆହ୍ୱାନ ଦେଇଥିଲେ । ଉପସ୍ଥିତ କର୍ମୀମାନେ ତାଳି ଓ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଶ୍ରୀମୟୀ ଲୋକସଂପର୍କ ଅଭିଯାନକୁ ତେଜିଛନ୍ତି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋକସଭା ଆସନର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ସହ ମିଶୁଛନ୍ତି । କେବେ ଜୟଦେବ, କେବେ ମଧ୍ୟ ଭୁବନେଶ୍ୱର, କେବେ ଉତ୍ତର ପୁଣି ଆଉ କେବେ ଜଟଣୀରେ କାର୍ଯ୍ୟକ୍ରମ କରୁଛନ୍ତି । ଭୁବନେଶ୍ୱର ଲୋକସଭା କ୍ଷେତ୍ର ଦୁଇ ଦଶନ୍ଧିରୁ ଅଧିକ ବର୍ଷ ଧରି ଥିଲା ବିଜେଡିର ଗଡ଼ । ୧୯୯୮ରୁ ଲଗାତାର ଏ ଆସନ ଥିଲା ବିଜେଡି ପାଖରେ । ୫ ଥର ଜିତିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ରେ ବାଜି ଓଲଟିଗଲା । ଏ ଆସନକୁ ବିଜେଡି ହାତରୁ ଛଡ଼ାଇ ନେଲେ ବିଜେପିର ଅପରାଜିତା । ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନରେ ବିଜେଡି ବାଜିମାତ୍‌ କରିଥିଲା । ୬-୧ରେ ବିଜେଡି ବିଧାନସଭା ଆସନ ଦଖଲ କରିଥିଲା । ଜଟଣୀ କଂଗ୍ରେସ ଜିତିଥିବାବେଳେ ଗୋଟିଏ ବି ଆସନ ବିଜେପିକୁ ମିଳିନଥିଲା । ହେଲେ ବିଧାନସଭାର ଏତେ ବଡ଼ ବିଜୟ ସତ୍ତେ୍ୱ ଲୋକସଭା ଆସନ ଖସିଯିବାରୁ ବିଜେଡିକୁ ଶକ୍ତ ଆଘାତ ଲାଗିଥିଲା । ଏଥର କ୍ଷତ ଭରଣା କରିବାକୁ ବହୁ ପୂର୍ବରୁ ରଣକୌଶଳ ଆଦରିଛି ବିଜୁ ଜନତା ଦଳ । ଗତ ଥର ନିର୍ବାଚନ ପୂର୍ବରୁ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ପ୍ରଚାରରେ ଅରୂପଙ୍କୁ ପଛରେ ପକାଇ ଦେଇଥିଲେ ଅପରାଜିତା। ହେଲେ ଏଥର ବିଜେଡି ବେଶ୍‌ ଆଗୁଆ କସରତ ଆରମ୍ଭ କରିଛି । ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ବୁଲୁଛନ୍ତି ସମସ୍ତ ବିଧାନସଭା ଅଞ୍ଚଳରେ । ମହିଳା କାର୍ଡ ଖେଳି ବିଜେଡି ଏଥର ଅପରାଜିତାଙ୍କ ମହିଳା ଭୋଟ କାଟିବାକୁ ଯୋଜନା ଚଳାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!