Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
December 15, 2023
in Nayagarh, Sports, State
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଅନୁଷ୍ଠିତ
167
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଶିଶୁ ଖେଳାଳୀ ମାନଙ୍କ ଦ୍ବାରା ଏହି କ୍ରୀଡା ସମାରୋହରେ ୨୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ସକାଳ ୧୦ଟାରେ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରିଣୀ ଶ୍ରୀମତୀ ସୁଜାତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଶାଲ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରି କ୍ରୀଡା ସମାରୋହ କାର୍ୟ୍ୟ କ୍ରମକୁ ଉଦଘାଟନ କରିଥିଲେ। କଳିଙ୍ଗ ଷ୍ଟାଡିୟମ ରେ ନିର୍ମାଣ ହେବାକୁଯାଉଥିବା ଭାରତର ସର୍ବବୃହତ ଇନଡୋର ଷ୍ଟାଡିୟମ ଓ ନୟାଗଡ଼ ଜିଲ୍ଲା ଷ୍ଟାଡିୟମ ପଡିଆରେ ନିର୍ମାଣ ଚାଲିଥିବା ଇନଡୋର ଷ୍ଟାଡିୟମ ବିଷୟରେ ସୂଚନା ଦେବା ସହିତ ଭଲ ଖେଳାଳି ହୋଇ ଝିଲ୍ଲୀ ଦଳବେହେରା, ଶ୍ରାବଣୀ ନନ୍ଦ,ଦୂତିଚାନ୍ଦ ଓ ଦିଲ୍ଲୀପ ତିର୍କୀ ଙ୍କ ପରି ଓଡ଼ିଶାର ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଦୌଡ଼,ଲମ୍ବଡିଆଁ,ଉଚ୍ଚ ଡିଆଁ, ଗୋଳା ଫିଙ୍ଗା,ଥାଳିଆ ଫିଙ୍ଗା,ବେଙ୍ଗ ଦୌଡ଼,ଆଳୁଚାମଚ ଦୌଡ, ସଂଗୀତ ଚୌକି ଆଦି ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଅପରାହ୍ନ ୦୫ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ପ୍ରଜ୍ବଳିତ ମଶାଲକୁ ଖିର ଢାଳି ନିର୍ବାପନ କରିବା ସହିତ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ସହିତ ଖେଳ କୁଦରେ ମନୋନିବେଶ କଲେ ଶରୀର ସୁସ୍ଥ ରହିବ ବୋଲି କହିଥିଲେ।

କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ଲକ୍ଷ୍ମୀପ୍ରିୟା ମହାନ୍ତି ବାଲ୍ ବିଭାଗ ବାଳିକା ବର୍ଗରେ ଓ କ୍ରିଷ୍ଣାରାଣୀ ସେଠ୍ କିଶୋର ବିଭାଗ ବାଳିକା ବର୍ଗରେ ଚମ୍ପିୟାନ ହୋଇଥିଲେ । ଆଜିର ଏହି କାର୍ୟ୍ୟ କ୍ରମରେ ସଂସ୍ଥାନର ଜିଲ୍ଲା କାର୍ୟ୍ୟ କର୍ତ୍ତା ଅବିନାଶ ସାହୁ, ପ୍ରଶାନ୍ତ କୁମାର ମାନସିଂହ,କାଳନ୍ଦୀଚରଣ ସାହୁ,ପ୍ରିୟମ୍ବଦା ମହାପାତ୍ର,ବିନୋଦିନୀ ବାରିକ,ଶୋଭାରାଣୀ ସାହୁ ସହଯୋଗ କରିଥିଲାବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ୟ୍ୟ କ୍ରମକୁ ସଫଳ କରିଥିଲେ। ସଂସ୍ଥାନର ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!