Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଂସଦ ଧୀରଜଙ୍କ ଘରେ ଜିଓ ସର୍ଭେଲାନ୍ସ ଟିମ୍, ମାଟି ତଳୁ ଖୋଜୁଛି ସୁନା

by ସଞ୍ଜୟ ସ୍ୱାଇଁ
December 14, 2023
in Crime, State
ସାଂସଦ ଧୀରଜଙ୍କ ଘରେ ଜିଓ ସର୍ଭେଲାନ୍ସ ଟିମ୍, ମାଟି ତଳୁ ଖୋଜୁଛି ସୁନା
134
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଗୋଟିଏ ଦିନ ନିରବତା ପରେ ପୁଣି ରାଞ୍ଚିସ୍ଥିତ ଲୋହାରଡ଼ଗାର ଘରେ ପଶିଛି ଆୟକର ବିଭାଗ । ଆରମ୍ଭ କରିଛି ଛାନ୍‌ଭିନ୍ । ସେଠାରୁ କିଛି କାଗଜପତ୍ର ମିଳିଛି । ଆହୁରି ଟଙ୍କା, ସୁନା ମିଳିବ ବୋଲି ଜଣାପଡ଼ିଛି । ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ସବୁ ଆଡ଼େ ଚଢ଼ଉ ସରିଥିଲା । ପ୍ରାୟ ସାଢ଼େ ୩ ଶହ କୋଟି ଟଙ୍କା, ୨୦ କେଜି ସୁନା ଅଳଙ୍କାର ସହ ହୀରା ମିଳିଥିଲା । ସମସ୍ତେ ଭାବିଥିଲେ ଆୟକର ଚଢ଼ଉ ସମାପ୍ତ ହୋଇଛି । ହେଲେ ୧୨ ତାରିଖରେ ଆୟକର ବିଭାଗ ଖବର ପାଇଥିଲା ଲୋହାରଡ଼ଗାର ଘରେ ମାଟି ତଳେ ଟଙ୍କା, ସୁନା ଓ ଅନ୍ୟ ମୂଲ୍ୟବାନ ଜିନିଷ ପତ୍ର ପୋତି ରଖିଛନ୍ତି । ଏହି ଖବର ପାଇବା ପରେ ଆୟକର ଟିମ୍ ଜିଓ ସର୍ଭେଲାନ୍ସ ଟିମ୍ ନେଇ ଶ୍ରୀ ସାହୁଙ୍କ ଘର ଯାଞ୍ଚ କରିବା ଆରମ୍ଭ କରିଦେଇଥିଲା । ମାଟି ତଳେ କିଛି ପୋତା ଯାଇଥିବା ଟିମ୍ ସନ୍ଦେହ କରୁଛି । ସେଥିପାଇଁ ଗୁରୁବାର ଖୋଳାଯିବ । ସେପଟେ ଓଡ଼ିଶାରେ ଚଢ଼ଉ ସରିଛି । ଅଧିକ ତଦନ୍ତ ପାଇଁ ମାମଲାକୁ ଏଣିକି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିବ । ଏତେ ଟଙ୍କା କେଉଁଠୁ ଆସିଥିଲା, କିଏ ଓ କାହିଁକି ଆଣିଥିଲା ସେସବୁର ତଦନ୍ତ ହେବ । କିନ୍ତୁ ତା’ରି ଭିତରେ ବଲାଙ୍ଗିରର ସାହୁ ବ୍ରଦର୍ସଙ୍କ ବିଶାଳ ସାମ୍ରାଜ୍ୟ ଓ ପରିଚାଳନାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଜିଲ୍ଲାର ୭୨% ମଦଭାଟିର ମାଲିକାନା କେବଳ ସାହୁ ବ୍ରଦର୍ସ ପାଖରେ ରହିଛି । ତାହାପୁଣି ହାତଗଣତି ୪ରୁ ୫ଜଣଙ୍କ ପାଖରେ । ଅର୍ଥାତ ଜିଲ୍ଲାରେ ଥିବା ୬୪ଟି ମଦଭାଟି ମଧ୍ୟରୁ ୪୬ଟି ଏହି କମ୍ପାନିର । କେବଳ ଏତିକି ନୁହେଁ, ପ୍ରତିବର୍ଷ ଲକ୍ଷ୍ୟ ଧାର‌୍ୟ୍ୟ ହେଉଥିବା ଜିଲ୍ଲାର ବାର୍ଷିକ ଅବକାରୀ ରାଜସ୍ୱର ୭୦% କେବଳ ସାହୁାହୁ ବ୍ରଦର୍ସ କମ୍ପାନିରୁ ଆସିଥାଏ । ବୋଧହୁଏ ସେଥିପାଇଁ ଅବକାରୀ ବିଭାଗ ଏହି ସାମ୍ରାଜ୍ୟ ଉପରେ କେବେହେଲେ ଅଙ୍ଗୁଳି ନିର୍ଦ୍ଦେଶ କରିନାହିଁ । ସେମାନେ ମନଇଚ୍ଛା ବେପାର କରି ଶହଶହ କୋଟି ଟଙ୍କାର କୁବେର ଭଣ୍ଡାର ତିଆରି କରିଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ହାତଗଣତି କେତେକଙ୍କ ପାଖରେ ଏତେ ଭାଟି କିଭଳି ରହିଲା, ତାହାର ମାଲିକାନା କାହିଁକି ବଦଳାଯାଉ ନ ଥିଲା ଓ ପ୍ରଶାସନ କିଭଳି ଚୁପ୍ ରହିଛି, ତାକୁ ନେଇ ଏବେ ସବୁ ମହଲରୁ ପ୍ରଶ୍ନ ଉଠିଛି । ଜିଲ୍ଲାର ୧୪ଟି ବ୍ଲକରେ ସମୁଦାୟ ୬୪ଟି ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ରହିଛି । ଯେଉଁଠି ମହୁଲରୁ ମଦ ପ୍ରସ୍ତୁତ କରି ସେମାନଙ୍କ ସବ୍‌କାଉଣ୍ଟର ଜରିଆରେ ବିକ୍ରି କରାଯାଏ । ଉକ୍ତ ୬୪ଟି ମଦଭାଟି ମଧ୍ୟରୁ କେବଳ ୪୬ଟି ଭାଟି ସାହୁ ବ୍ରଦର୍ସଙ୍କ ହାତରେ ରହିଛି ।ଯେଉଁଥିରେ ଏ.କେ. ସାହୁ ଏବଂ ଆର୍‌.ଏମ୍‌. ପ୍ରସାଦଙ୍କ ମାଲିକାନାରେ ୧୪ଟି, ବାଲାଜୀ ମାଲିକାନାରେ ୧୦ଟି, ରୀତେଶ ସାହୁ ମାଲିକାନାରେ ୧୩ଟି, ବି.କେ. ଗୁପ୍ତା ଏବଂ ଏ.କେ. ଗୁପ୍ତାଙ୍କ ମାଲିକାନାରେ ୫ଟି ଏବଂ କେବଳ ବି.କେ. ଗୁପ୍ତା ମାଲିକାନାରେ ୪ଟି ଦେଶୀ ମଦଭାଟି ରହିଛି । ସମଗ୍ର ଜିଲ୍ଲାର ମୁଖ୍ୟାଳୟ ସୁଦପଡା ମଦଭାଟି ହୋଇଥିବା ସ୍ଥଳେ ଟିଟିଲାଗଡ଼ ଭାଟି ମଧ୍ୟ ଅନ୍ୟମାନଙ୍କ ତୁଳନାରେ ଟିକିଏ ବଡ଼ ଓ କ୍ଷମତାଶାଳୀ । ପ୍ରତିବର୍ଷ ଏହି ଭାଟିମାନେ ନିଜ ଏଜେଣ୍ଟ ଜରିଆରେ ଗ୍ରାମାଞ୍ଚଳରୁ ଅତି କମ୍‌ଦରରେ ମହୁଲ କିଣି ତାକୁ ମହଜୁଦ୍ କରିରଖନ୍ତି । ପରେ ଭାଟିଗୁଡିକ ସରକାରଙ୍କୁ ଲାଇସେନ୍ସ ଫି’, ମହୁଆ ୟୁଟିଲାଇଜେସନ ଫି, ଷ୍ଟୋରେଜ୍ ଫି’ ବାବଦକୁ ଅବକାରୀ ଶୁଳ୍କ ବାନ୍ଧିଦେବା ପରେ ଶହଶହ ଲିଟର ଦେଶୀ ମଦକୁ ଅପମିଶ୍ରଣ କରି କୋଟିକୋଟି ଟଙ୍କାରେ ବିକିଥାନ୍ତି । ଆଶ୍ଚର‌୍ୟ୍ୟର ବିଷୟ, ଚଳିତବର୍ଷ ସାହୁ ବ୍ରଦର୍ସ ନିଜର ୪୬ଟି ଭାଟି ବାବଦକୁ ପ୍ରଶାସନ ପାଖରେ ୪୭ କୋଟି ଟଙ୍କାର ରାଜସ୍ୱ ଦେବ । ଆଉ ରାଜସ୍ୱ ପାଉଥିବା ଆଳ ଦେଖାଇ କେବେ, କେହି ଏହି ଭାଟିଗୁଡିକର ମଦକୁ ଯାଞ୍ଚ କରେ ନାହିଁ କିମ୍ବା କାର‌୍ୟ୍ୟାନୁଷ୍ଠାନ ହୁଏ ନାହିଁ । କେବଳ ଏତିକି ନୁହେଁ, ଏତେ ବଡ଼ ମଦ ସାମ୍ରାଜ୍ୟ ହାତଗଣତି ୪/୫ଜଣଙ୍କ ପାଖରେ ରହିଛି। ସେମାନେ ପଟ୍ଟା କରାଇନେଲା ଭଳି ବେପାର କରୁଛନ୍ତି। ପ୍ରାୟ ୧୯୬୫ ମସିହାରୁ ଏହି ଭାଟି ହାତେଇଥିବା ସାହୁ ବ୍ରଦର୍ସ ପ୍ରତିବର୍ଷ ବର୍ଦ୍ଧିତ ଫି’ ଦେଇ ନିଜ ଅନୁସାରେ ବେପାର କରିଆସୁଛି। ନୂତନ ଟେଣ୍ଡର ଆହ୍ୱାନ କରାଯାଉନାହିଁ କିମ୍ବା ନୂଆ ଲୋକଙ୍କୁ ଦିଆଯାଉନି । ସେପଟେ ଏହା ସରକାରୀ ନିୟମ କହି ଅବକାରୀ ବିଭାଗ ମଧ୍ୟ ଚୁପ୍‌ବସିଛି । ଏସମ୍ପର୍କରେ ଅବକାରୀ ବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!