ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଞ୍ଚାୟତର ବିରୋଧୀ ନେତୃ ମଣ୍ଡଳୀ ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱ, ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଅନେକ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ।
ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉପସ୍ଥିତିରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁରପାଟଣା ପଞ୍ଚାୟତର ଜେମାଦେଇପୁରପାଟଣା ତଳସାହି ବିଜେପି ନେତା ଶ୍ରୀଧର ବେହେରା (ଡାକ) ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ଯୋଗଦେବା ଦ୍ୱାରା ଜେମାଦେଇପୁରପାଟଣା ପଞ୍ଚାୟତ ବିଜେଡି ଅଧିକ ଶକ୍ତିଶାଳୀ ହେବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ, ନୟାଗଡ଼ ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ଓ ଉକ୍ତ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ମାନେ ଉପସ୍ଥିତ ରହିଥିଲେ ।






