Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶଂଖ ଭବନରେ ବିଜେଡିର ମିଶ୍ରଣ ପର୍ବ

by ସଞ୍ଜୟ ସ୍ୱାଇଁ
December 11, 2023
in Politics, State
ଶଂଖ ଭବନରେ ବିଜେଡିର ମିଶ୍ରଣ ପର୍ବ
98
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଶଂଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଅନୁଗୁଳ ବ୍ଲକର ବରିଷ୍ଠ ନେତା ଦୁର୍ଗାମାଧବ ପ୍ରଧାନଙ୍କ ଘର ବାହୁଡା । ବହୁ ସମର୍ଥକ ଓ କର୍ମୀଙ୍କୁ ଧରି ବିଜେପି ଛାଡି ବିଜେଡିର ମିଶିଛନ୍ତି ଦୁର୍ଗାମାଧବ । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଦୁର୍ଗାଙ୍କ ଘର ବାହୁଡା ଦ୍ବାରା ଅନୁଗୁଳ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ପ୍ରତାପ । ଦୁର୍ଗା ୧୮ ବର୍ଷ ଧରି ବିଜେଡି ବ୍ଲକ ସଭାପତି ଥିଲେ । ସେ ଜଣେ ଦୃଢ଼ ସଂଗଠକ। ୩ଥର ସମିତି ସଭ୍ୟ, ଥରେ ସରପଞ୍ଚ ଥିଲେ ଦୁର୍ଗା । ୨୦୨୨ ପଂଚାୟତ ନିର୍ବାଚନରେ ଦୁର୍ଗାମାଧବ ପ୍ରଧାନ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ଏବେ ତାଙ୍କର ଘର ବାହୁଡା ହୋଇଛି। ବିଜେପି ଛାଡି ପୁଣି ଥରେ ବିଜେଡିରେ ମିଶିଛନ୍ତି। ତାଙ୍କୁ ଦଳରେ ସ୍ୱାଗତ କରୁଛୁ ବୋଲି କହିଛନ୍ତି ପ୍ରତାପ । ସେହିପରି ଝଡ ବାତ୍ୟା ଯୋଗୁଁ ସେ କିଛି ଦିନ ଅନ୍ୟ କେଉଁଠି ରହିଯାଇଥିଲେ ବୋଲି କହିଛନ୍ତି ଦୁର୍ଗାମାଧବ । ଏବେ ସେ ବିଜେଡିକୁ ଫେରି ବହୁତ ଖୁସି ବୋଲି କହିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ କାମକୁ ଗାଁ ଗାଁରେ ସଫଳ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବେ ବୋଲି କହିଛନ୍ତି ଦୁର୍ଗାମାଧବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!