Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 11, 2023
in NATIONAL NEWS, Politics
ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
100
VIEWS
Share on FacebookShare on Twitter

ମଧ୍ୟପ୍ରଦେଶ, (ବାଘୁଆବାର୍ତ୍ତା): ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଶ୍ରୀ ଯାଦବ ଉଜ୍ଜୟୀନ ଦକ୍ଷିଣ ଆସନରୁ ଜିତିଛନ୍ତି। ସେ ଏଥରକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ଦଳର ଅନ୍ୟତମ ବରିଷ୍ଠ ନେତା ଭାବେ ୫୮ ବର୍ଷୀୟ ମୋହନ ଯାଦବ ବେଶ ପରିଚିତ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେହି ବି ଚର୍ଚ୍ଚା କରୁ ନଥିଲେ। ତଥାପି ସମସ୍ତଙ୍କୁ ଜଳକା କରି ବିଜେପି ତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ମୋହନ ଯାଦବଙ୍କ ଡେପୁଟି ଭାବେ ଦୁଇ ଜଣ କାମ କରିବେ। ଜଗଦୀଶ ଦେଭଡା ଓ ରାଜେନ୍ଦ୍ର ଶୁକ୍ଳା ମଧ୍ୟପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଛତିଶଗଡ଼ରେ ମଧ୍ୟ ବିଜେପି ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ନେତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲା। ଡିସେମ୍ବର ୩ରେ ପ୍ରକାଶିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ରେଜଲ୍ଟ ବିଜେପି ସପକ୍ଷରେ ଯାଇଥିଲା। ଏଠାରେ ଦଳ ସରକାର ଗଠନ କରିବାକୁ ଆବଶ୍ୟକ ଜନମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲେ। ଦୌଡ଼ରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଠାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ପ୍ରମୁଖ ରହିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ମୋହନ ଯାଦବ ବାଜି ମାରି ନେଇଛନ୍ତି। ତେବେ ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ଶିବରାଜ ସିଂହ ଚୌହାନ ହାଇକମାଣ୍ଡ ନିଷ୍ପତ୍ତିରେ ସାମାନ୍ୟ ନିରାଶ ହୋଇଛନ୍ତି। କାରଣ ତାଙ୍କ ନେତୃତ୍ୱରେ ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଥିଲା। ବିଭିନ୍ନ ଲୋକପ୍ରିୟ ଯୋଜନା ଯୋଗୁ ଜନତା ବିଜେପି ସପକ୍ଷରେ ଭୋଟ ଦେଇଥିଲେ। ମଧ୍ୟପ୍ରଦେଶବାସୀ ଶିବରାଜଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଚାହୁଁଥିଲେ। ଏକଥା ବିଭିନ୍ନ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଥିଲେ। ହେଲେ ବିଜେପି ହାଇକମାଣ୍ଡ ଦୀର୍ଘ ୯ ଦିନ କାଳ ମାନସମନ୍ଥନ କରି ମୋହନ ଯାଦବ ହିଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୋହନ ଯାଦବଙ୍କ ରାଜନୀତିକ କ୍ୟାରିୟର ୨୦୧୩ରେ ଆରମ୍ଭ ହୋଇଥିଲା। ସେ ୨୦୧୩ରେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୨୦୧୮ ଓ ଏବେ ୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଜିତିଛନ୍ତି। ରାଜ୍ୟ ରାଜନୀତିରେ ଯାଦବ ସଂପ୍ରଦାୟର ପ୍ରଭାବ ବେଶ ଅଧିକ ରହିଛି। ୨୦୨୦ ଜୁଲାଇ ୨ରେ ସେ ଶିବରାଜ ସିଂହ ଚୌହାନଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୋହନ ଯାଦବ କ୍ୟାବିନେଟ ମନ୍ତ୍ରୀ ହେବାରୁ ବିଜେପିର ଯାଦବ ଭୋଟ ବ୍ୟାଙ୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥିଲା। ଶିବରାଜଙ୍କ ସରକାରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ। ୧୯୬୫ ମସିହା ମାର୍ଚ୍ଚ ୨୫ରେ ମଧ୍ୟପ୍ରଦେଶର ଉଜ୍ଜୟୀନରେ ମୋହନ ଜନ୍ମ ଗ୍ରହଣ କରିଥିଲେ। ସେ ଆରମ୍ଭରୁ ହିଁ ବିଜେପି ସହ ଜଡ଼ିତ। ରାଜନୀତି ବ୍ୟତୀତ ସେ ଜଣେ ବଡ଼ ବ୍ୟବସାୟୀ ଭାବେ ବେଶ ପରିଚିତ। ୨୦୨୩ ବିଧାନସଭା ନିର୍ବାଚନରେ ମୋହନ ୧୨,୯୪୧ ଖଣ୍ଡ ଭୋଟରେ କଂଗ୍ରେସର ଚେତନ ଯାଦବଙ୍କୁ ପରାସ୍ତ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!