ବଲାଙ୍ଗୀର, (ବାଘୁଆବାର୍ତ୍ତା): ମଦ ସାମ୍ରାଜ୍ୟ ଉପରେ ଚାଲିଥିବା ଆୟକର ଚଢ଼ାଉ ସରି ନଥିଲେ ମଧ୍ୟ ଜବତ ଟଙ୍କା ଗଣତି ସରିଲା । ରବିବାର ରାତିରେ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କରେ ୪ଦିନ ଧରି ହୋଇଥିବା ଗଣତି ଶେଷ ପରେ ୩୦୫ କୋଟି ଟଙ୍କା ଜବତ କରାଯାଇଛି । ସେହିପରି ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ଟଙ୍କା, ଟିଟିଲାଗଡରୁ ୧୧କୋଟି, ସୁନ୍ଦରଗଡ଼ରୁ ୯୦ଲକ୍ଷ ଟଙ୍କା ଜବତ ହୋଇଛି । ବଲାଙ୍ଗୀର ଷ୍ଟେଟବ୍ୟାଙ୍କ୍ରେ ବର୍ତ୍ତମାନ ୩ ଥାକିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଜବତ ଟଙ୍କା ରଖାଯାଇଛି । ଆୟକର ବିଭାଗ ପକ୍ଷରୁ ଏହା ପରେ ମଦ ବ୍ୟବାସାୟ ରେ ସଂପୃକ୍ତ ସାଂସଦ ଧିରଜ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ଅନ୍ୟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମଧ୍ୟ ଆକଳନ କରିବ । ଆଜିଠାରୁ ଆୟକର ବିଭାଗ ପକ୍ଷରୁ ଏତେ ପରିମାଣରେ ଟଙ୍କା କିଭଳି ଗଛିତ କରାଯାଇଥିଲା ତାହା ତଦନ୍ତ କରିବା ସହ ମଦ ବ୍ୟବାସାୟ ରେ ଟିକସ ଫାଙ୍କି ଦିଗ ପ୍ରତି ମଧ୍ୟ ତଦନ୍ତ କରିବ। ସେପଟେ ୪ ଦିନରେ ରେଡ୍ ବେଳେ ବାହାରିଲାଣି ୩୦୦ ରୁ ଅଧିକ କୋଟିର ସମ୍ପତ୍ତି । ପାଖାପାଖି ୧୬ କେଜି ସୁନା ବି ଜବତ ହେଲାଣି । ତଥାପି ସରୁନି । ଯେତେ ଖୋଜିଲେ ସେତି ବାହାରିବା ଭଳି ଜାରି ରହିଛି ଟଙ୍କା ସୁନା ବାହାରିବା ।





