ନୟାଗଡ଼, (ବାଘୁଆବାର୍ତ୍ତା) : ଇଟାମାଟି ଥାନା ଅଂଚଳର ଜଣେ ନାବାଳିକାକୁ ଗତ ୩୦ ତାରିଖରେ ଉତ୍ତରପ୍ରଦେଶର ଝାନ୍ସୀ ଅଂଚଳର ଜଣେ ଯୁବକ ମୋହନ କୁମାର ଜୟ ସିଂ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଯୁବକ ଜଣଙ୍କ ବାଉଁଶିଆପଡ଼ା ନିକଟସ୍ଥ ବନମାଳୀପୁର ତାଙ୍କ ମାମୁଁ ଘରେ ରହି ଆସୁଥିବା ବେଳେ ନାବାଳିକାଙ୍କୁ ନେଇ ଚମ୍ପଟ ମାରିଥିଲେ । ଗତକାଲି ସେ ପୁଣି ମାମୁଁ ଘରକୁ ଫେରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକ ନେବାକୁ ଅମଙ୍ଗ ହେବାରୁ ତାଙ୍କୁ ଷ୍ଟେ ହୋମ୍ରେ ରଖାଯାଇଥିବା ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।





