ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ କଲ୍ୟାଣପୁର କ୍ଲଷ୍ଟର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।ନିଲମ୍ବିତ ହୋଇଥିବା ଶିକ୍ଷକ ଜଣକ ହେଲେ ସୁବାସ ଚନ୍ଦ୍ର ମହାପାତ୍ର। ଉକ୍ତ ଶିକ୍ଷକ ଜଣକ ପ୍ରତିଦିନ ମଦ୍ୟପାନ କରି ବିଦ୍ୟାଳୟକୁ ଆସିଥାନ୍ତି। ଗତ ଗୁରୁବାର ଛାତ୍ରୀଙ୍କ ପ୍ରତି ଶିକ୍ଷକ ଜଣକ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ପ୍ରଥମେ ଜଣେ ସହପାଠିନୀକୁ କହିଥିଲେ।ପରେ ଦୁଇ ଛାତ୍ରୀ ଜଣେ ଶିକ୍ଷକଙ୍କୁ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ ଜଣାଇଥିଲେ।ଏ ସମ୍ପର୍କରେ ଜାଣିବା ପରେ ବାପା-ମାଆ ଏବଂ ଗ୍ରାମବାସୀ ଶନିବାର ସକାଳେ ସ୍କୁଲରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକଙ୍କୁ ଖୋଜିଥିଲେ।ଶିକ୍ଷକ ଜଣଙ୍କ ଛୁଟିରେ ଥିବା ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲାଜ୍ଝଖବର ପାଇ ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧୂକାରୀ ସେଠାରେ କେହି ପ୍ରଧାନଶିକ୍ଷକ ନଥିବାରୁ ଗମ୍ଭାଡିଡିହି ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ମିଶ୍ରଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନ ଶିକ୍ଷକ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ବାପା,ମା\’ ଏବଂ ଗ୍ରାମବାସୀଙ୍କଠାରୁ ସମସ୍ତ ବିଷୟ ବୁଝିବା ପରେ ବିଇଓଙ୍କୁ ଅବଗତ କରିଥିଲେ।ବିଇଓ ଗୀତାଞ୍ଜଳି ସାହୁ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କ ସମ୍ପର୍କରେ ବୁଝାସୁଝା କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ନିଲମ୍ବନ କରାଯାଇଥିବବା ସୂଚନା ମିଳିଛି।





