Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀର ମୁଣ୍ଡ କାଟିବା ଘଟଣା, ସାଇଣ୍ଟିଫିକ୍ ଟିମ୍‌, ଡଗ୍ ସ୍କ୍ୱାର୍ଡର ଛାନଭିନ୍‌

by ସଞ୍ଜୟ ସ୍ୱାଇଁ
December 10, 2023
in Crime, Nayagarh
ସ୍ତ୍ରୀର ମୁଣ୍ଡ କାଟିବା ଘଟଣା, ସାଇଣ୍ଟିଫିକ୍ ଟିମ୍‌, ଡଗ୍ ସ୍କ୍ୱାର୍ଡର ଛାନଭିନ୍‌
329
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନାକୁ ବିଡ଼ାପାଜୁ ଗ୍ରାମର ଅର୍ଜ୍ଜୁନ ବାଗ ନିଜ ପତ୍ନୀ ଧରିତ୍ରୀ ବାଗ୍‌ଙ୍କ ମୁଣ୍ଡ କାଟି ଥାନାରେ ଆତ୍ମ ସମର୍ପଣ ଘଟଣାରେ ସ୍ୱାମୀକୁ ପୁଲିସ ଗିରଫ କରିଛି । ପରକୀୟା ପ୍ରୀତି ଓ ଗୁଣି ସନ୍ଦେହ କରି ଅର୍ଜ୍ଜୁନ ପତ୍ନୀଙ୍କୁ ହତ୍ୟା କରିବା ପରେ ଏକ ବସ୍ତାରେ ମୁଣ୍ଡ, ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଧରି ଶନିବାର ସଂନ୍ଧ୍ୟାରେ ବାଣିଗୋଚ୍ଛା ଥାନାରେ ପହଞ୍ଚିଥିଲା । ଘଟଣାସ୍ଥଳରେ ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ ଏବଂ ବାଣିଗୋଚ୍ଛା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଗତକାଲି ରାତି ହୋଇ ଯାଇଥିବାରୁ ରବିବାର ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ଏସଡିପିଓ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ଜରିଆରେ ତଦନ୍ତ କରିଥିଲେ । ମାଜିଷ୍ଟେଡଙ୍କ ଉପସ୍ଥିତିରେ ଶବକୁ ପଞ୍ଚନାମା କରାଯିବା ପରେ ଏକ ଡାକ୍ତରୀ ଦଳ ଜରିଆରେ ବ୍ୟବଚ୍ଛେଦ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ଧରିତ୍ରୀଙ୍କ ବାପା ଦୁର୍ଯ୍ୟୋଧନ ବାଗ୍‌ଙ୍କ ଅଭିଯୋଗକ୍ରମରେ ବାଣିଗୋଚ୍ଛା ଥାନାରେ ଏହ ହତ୍ୟା ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!