ନୟାଗଡ଼, (ବାଘୁଆବାର୍ତ୍ତା) : ସଦରଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚୟତ ଯଦୁପୁର ଗ୍ରାମରୁ ଜଣେ ନାବାଳିକ ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ହୋଇଥିବା ନାବାଳିକାର ପତ୍ତା ମିଳି ନାହିଁ । ଯାହାକୁ ନେଇ ନାବାଳିକାଙ୍କ ବଡ଼ବାପା ନକୁଳ ସାହୁ ଏହି ଘଟଣାରେ ପୁଲିସ ଡ୍ରଗ ସ୍ୱାର୍ଡ଼ ସହାୟତା ନେବା ପାଇଁ ଦାବି କରିଛନ୍ତି । ସୂଚନାନୁସାରେ, ମଙ୍ଗଳବାର ନାବାଳିକା ଘର ସାମନାରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ଯାହାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଉଥିବା ବେଳେ ନାବାଳିକାଙ୍କ ବାପା ଅଶୋକ ସାହୁ ନୟାଗଡ଼ ସଦରଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଥାନାରେ ନିଖୋଜ ମାମଲା ଦାୟର କରିବା ସହ ପୁଲିସ ଘଟଣା ଛାନଭିନ୍ କରାଯାଇଛି । ପୁଲିସ ପକ୍ଷରୁ ଟିମ୍ ଗଠନ କରାଯାଇ ଖୋଳତାଡ଼ ଚାଲିଛି । ମାତ୍ର ଘଟଣାକୁ ୬ ଦିନ ବିତି ସାରିଥିବାରୁ ପରିବାର ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୁଲିସ ଡ୍ରଗ ସ୍ୱାର୍ଡ଼ର ସହାୟତା ନେବାକୁ ନାବାଳିକାର ବଡ଼ବାପା ଦାବି କରିଛନ୍ତି । ଅନ୍ୟପକ୍ଷେ, ବଡ଼ବାପାଙ୍କ କହିବାନୁସାରେ, ଏହା ପଛରେ କିଛି ନିଶାଡ଼ିଙ୍କ କାମ ଥିବା ସେ ସନ୍ଦେହ କରୁଛନ୍ତି । ବ୍ରାଉନସୁଗାର ଖାଉଥିବା ବ୍ୟକ୍ତିଙ୍କ ଏହି ଘଟଣାରେ ଜଡ଼ିତ ଥିବା ସେ ଅଭିଯୋଗ କରିଛନ୍ତି ।





