ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଞ୍ଚାୟତର ବିରୋଧୀ ନେତୃ ମଣ୍ଡଳୀ ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱ, ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଅନେକ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ।
ଆଜି ଓଡ଼ଗାଁ ବ୍ଲକ ଗୌଡୁପୁଟୁ ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମୀ ସମ୍ମିଳନୀରେ ଗୌଡପୁଟ ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ତ୍ରିନାଥ ନାୟକ, ସମ୍ମିତି ସଭ୍ୟା ସୁଚିତ୍ରା ନାୟକ ଓ ୱାର୍ଡ ସଭ୍ୟା ସାବିତ୍ରୀ ନାୟକ ପ୍ରମୁଖ ଆଜି ବଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ବିଜୁ ଜନତା ଦଳର ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ବିଭୁ ପ୍ରସାଦ ସାହୁ ଓ ବିଜେଡି ନେତା ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଏହି କର୍ମୀ ସମ୍ମୀଳନୀରେ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ ।






