ଓଡ଼ଗାଁ, (ବାଘୁଆବାର୍ତ୍ତା): ସୁନାମୁହଁ ପଂଚାୟତରେ ଜଣେ ସୂଚନାଧିକାର କର୍ମୀଙ୍କୁ ସରପଂଚ ଅଶ୍ଲିଳ ଗାଳି ଗୁଲଜ କରିଥିବା ଏବଂ ଲୋକ ଲଗାଇ ଆକ୍ରମଣ କରାଇଥିବା ନେଇ ଅଭିଯୋଗ ଓ ପାଲଟା ଅଭିଯୋଗକୁ ମିଶା ଥାନାରେ ୩ ଏତଲା ଦିଆଯାଇଥିବା ଜଣାଯାଇଛି । ସୂଚନାଧିକାର କର୍ମୀ ରାମଚନ୍ଦ୍ର ଚୈାଧୁରୀ ଆଜି କିଛି ସୂଚନା ଆଣିବାକୁ ପଂଚାୟତ କାର୍ଯ୍ୟଳୟକୁ ଯାଇ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ସେହି ସମୟରେ ସୁନାମୁହିଁ ପଂଚାୟତ ସରପଂଚ ମାନସ କୁମାର ସାହୁ ପଂହଚି ତାଙ୍କୁ ଗାଳି ଗୁଲଜ କରିଥିବା ଏବଂ ତାଙ୍କ ପ୍ରରୋଚିତରେ ଅନ୍ୟ ଜଣେ ବ୍ୟକ୍ତି ଦ୍ୱିତୀକୃଷ୍ଣ ନାୟକ ମାଡ଼ ମାରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷେ, ଏହି ଘଟଣାରେ ସରପଂଚ ଶ୍ରୀଯୁକ୍ତ ସାହୁ ଏବଂ ଦ୍ୱିତୀକୃଷ୍ଣଙ୍କ ପକ୍ଷରୁ ମଧ୍ୟ ଥାନାରେ ପୃଥକ ଭାବେ ଦୁଇଟି ଅଭିଯୋଗ ହୋଇଛି । ଓଡ଼ଗାଁ ପୁଲିସ ତିନିଟି ଅଭିଯୋଗକୁ ଗ୍ରହଣ କରି ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି ।





