Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ ରାଜ୍ୟରେ ଛିଡ଼ୁନି ସିଏମ୍ ଅଙ୍କ

by ସଞ୍ଜୟ ସ୍ୱାଇଁ
December 10, 2023
in NATIONAL NEWS, Politics
ବିଜେପିର ଅଙ୍କ ଭୁଲ @୮୦, ଡବଲ ଇଞ୍ଜିନ ଏବେ ସିଙ୍ଗିଲ ଇଞ୍ଜିନ
69
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୩ ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ। କାହାକୁ ଶାସନ ଦାୟିତ୍ବ ଦେବ ବିଜେପି ? ୨୦୨୪ ଲୋକସଭାରେ ମିଳିବ ତ ସଫଳତା ? ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ପଷ୍ଟ ବହୁମତ ପରେ ବି ବିଜେପିର ମୁଖ୍ୟମନ୍ତ୍ରୀ ଅଙ୍କକଷା ଶେଷ ହେଉନାହିଁ । ଦିଲ୍ଲୀରେ ହାଇକମାଣ୍ଡ ଘନଘନ ବୈଠକ ଡାକୁଛନ୍ତି। ହେଭିଓ୍ବେଟଙ୍କ ସହିତ ଆଲୋଚନା ପର‌୍ୟ୍ୟାଲୋଚନା ଚାଲୁଛି, ତଥାଫି ୫ଦିନ ପରେ ବି କେନ୍ଦ୍ରୀୟ ନେତୃତ୍ବ ନିଷ୍କର୍ସରେ ପହଞ୍ଚି ପାରୁନାହାନ୍ତି । ସତେ ଯେପରି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ସେପଟେ କୁହାଯାଉଛି, ସୋମବାର ସୁଦ୍ଧା ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ବ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । ରବିବାର ଛତିଶଗଡ଼ରେ ବିଧାୟକ ଦଳ ବୈଠକ ବସିବ । ବିଧାୟକଙ୍କ ରାୟ ଆଧାରରେ ପର‌୍ୟ୍ୟବେକ୍ଷକ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଆଜି ସଂଧ୍ୟା ସୁଦ୍ଧା ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ରବିବାର ମଧ୍ୟାହ୍ନରେ ବିଜେପିର ବିଧାୟକ ଦଳ ବୈଠକ ବସିବ । ବିଜେପି ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବ କରିବାକୁ ନେଇ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲ କହିଛନ୍ତି, ୩ ରାଜ୍ୟରେ ଏହି ପ୍ରଶ୍ନ କୌନ ବନେଗା କରୋଡପତି ଭଳି ଲାଗୁଛି । କିଏ ନୁଆ ମୁଖ୍ୟମନ୍ତ୍ରୀ ହେବେ ତାହା ଦେଖିବାକୁ ଅପେକ୍ଷା ରହିଛି । ବିଜେପି ଛତିଶଗଡ଼ ପାଇଁ ମଧ୍ୟ ୩ ପର‌୍ୟ୍ୟବେକ୍ଷକ ନିଯୁକ୍ତ କରିଛି । ଏଠାରେ ମଧ୍ୟ ବିଜେପି ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇପାରନ୍ତି । ମଧ୍ୟପ୍ରଦେଶରେ ମଧ୍ୟ ସମାନ ସସ୍‌ପେନ୍ସ ଲାଗି ରହିଛି । ଏହି ରାଜ୍ୟରେ ବି ସୋମବାର ବିଜେପି ବିଧାୟକ ଦଳ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିପାରେ । ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ ଜୟପୁର ଯାଏ ରାଜନୀତି ଉଷ୍ଣ ରହିଛି । ସୋମବାର ରାଜସ୍ଥାନ ବିଧାୟକ ଦଳର ବୈଠକ ବସିବ । ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଶନିବାର ରାତିରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକ ଦଳ ବୈଠକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ ପର‌୍ୟ୍ୟବେକ୍ଷକମାନେ ରବିବାର ଜୟପୁରରେ ପହଞ୍ଚିବେ । ତେଣୁ ସମସ୍ତ ବିଧାୟକଙ୍କୁ ୨ଦିନ ଜୟପୁରରେ ରହିବାକୁ କୁହାଯାଇଛି । ଏହା ଭିତରେ ଆଲୋଚନା ହେଉଛି ଯେ, ବାବା ବାଲକନାଥ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ହେଉଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି । ତାଙ୍କୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଅଭିଜ୍ଞତା ନେବାର ଅଛି ବୋଲି ବାଲକନାଥ କହିଛନ୍ତି । ରାଜସ୍ଥାନ ପାଇଁ ବିଜେପି ରାଜନାଥ ସିଂ, ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ଏବଂ ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ପର‌୍ୟ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଫର୍ମୁଲା ମଧ୍ୟ ଆପଣାଯାଇପାରେ ବୋଲି କୁହାଯାଉଛି । ଯଦି ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଏ ତେବେ ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିପାରନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!