Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲା ହତ୍ୟାକାରୀ ବୋହୂ

by ସଞ୍ଜୟ ସ୍ୱାଇଁ
December 9, 2023
in Crime, State
ବନ୍ଧା ହେଲା ହତ୍ୟାକାରୀ ବୋହୂ
53
VIEWS
Share on FacebookShare on Twitter

ବାରଙ୍ଗ, (ବାଘୁଆବାର୍ତ୍ତା): ବାରଙ୍ଗ ମଧୁପୁର ଗାଁରେ ଘରୁ ବୁଦ୍ଧା ସୁଚିତ୍ରା ସାହୁଙ୍କ ମୃତଦେହ ମିଳିବା ଘଟଣାର ପୋଲିସ୍ କରିଛି ଖୁଲସା । ଗତ ୫ ତାରିଖ ଦିନ ରାତିରେ ପରିବାର ଲୋକଙ୍କ ସହ ମିଶି ଖାଇବା ପରେ ଶାଶୁ ବୋହୂ ଗୋଟିଏ ରୁମ୍ ରେ ଶୋଇଥିଲେ । ପରଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶାଶୁ ସୁଚିତ୍ରା ସାହୁଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ବାମୀ ଓ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିବା ପରେ ସାଇଣ୍ଟିଫିକ୍ ଟିମ୍ ଓ ବାରଙ୍ଗ ଥାନା ପୁଲିସ ତଦନ୍ତ ଆରମ୍ଭ କରି ବୋହୂ ସରସ୍ଵତୀ ସାହୁ ଏବଂ ପରିବାର ଲୋକଙ୍କୁ ଥାନାରେ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ବୋହୂ ସରସ୍ଵତୀ ଶାଶୁ ସୁଚିତ୍ରାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ହତ୍ୟା କାହିଁକି ହୋଇଛି ସେନେଇ ପୋଲିସ୍ ପ୍ରେସ ମିଟ୍ କରିବା ପରେ ସୂଚନା ମିଳିଛି । ସୂଚନା ଥାଉକି, ଗତ କିଛିଦିନ ତଳେ ବାରଙ୍ଗ ଥାନା ପୋଲିସ ମଧୁପୁର ଗ୍ରାମର ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡ ମୃତଦେହକୁ ଶୋଇବା ଘର ଖଟ ଉପରୁ ଉଦ୍ଧାର କରିଥିଲା । ମୃତ ମହିଳା ହେଉଛନ୍ତି ଚର୍ତୁଭୂଜ ସାହୁ ଓରଫ୍ ଚତୁରାଙ୍କ ପତ୍ନୀ ସଚିତ୍ରା ସାହୁ । ମୃତ ମହିଳାଙ୍କ ପୁଅ ସରୋଜ ବାରଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ବୋଉକୁ କେହି ହତ୍ୟା କରିଛନ୍ତି । ଥାନା ଅଧିକାରୀ ଆକାଶଚନ୍ଦ୍ର ରଣା ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ଘର ଅଗଣାର ପଛ ପାଖ ଘର ଭିତରେ ଶୋଇବା ଘରେ ପଡିଥିବା ଖଟ ଉପରେ ରକ୍ତ ଜୁଡୁବୁଡ ଶବ ପଡିଥିବା ବେଳେ ମହିଳାଙ୍କ ମୁଣ୍ଡ ଅଗପାଖ ତାଳୁ ଉପର ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଖଟ ଉପରେ ପଡିଥିବା ବେଡସିଟ ଭିଜି ଗଦି ଭିଜି ଯାଇଥିବା ଦେଖିବାକୁ ମିଳିଥିଲା । ଘର ଭିତରେ ସଚିତ୍ରାଙ୍କ ଚୂଡି ସବୁ ଭାଙ୍ଗି ଚୁରମାର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଘର ଭିତର କବାଟ କିମ୍ବା ଝରକା କିଛି ବି ଖୋଲା ନଥିଲା। ଆଲମିରା କିମ୍ବା କୌଣସି ବାକ୍ସରୁ କିଛି ଚୋରି ହୋଇଥିବାର ପ୍ରମାଣ ବି ନଥିଲା । ପାରିପାର୍ଶ୍ୱିକ ସ୍ଥିତି ହତ୍ୟା ସନ୍ଦେହ ବଢାଉଥିବା ବେଳେ ପୋଲିସ ବୋହୂକୁ ଡାକି ପଚରାଉଚରା କରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇ ନଥିଲା । ମହିଳାଙ୍କ ସ୍ୱାମୀ ଚର୍ତୁଭୂଜଙ୍କ କହିବା ଅନୁଯାୟୀ ତାଙ୍କର କିମ୍ବା ତାଙ୍କ ସ୍ତ୍ରୀଙ୍କର ସାହି ପଡିଶା ଅଥବା ଅନ୍ୟ କାହା ସହିତ କଳହ କିମ୍ବା କୌଣସି ପ୍ରକାରର ମନମାଳିନ୍ୟ ନଥିଲା । ସବୁ ଦିନ ଭଳି ମଙ୍ଗଳବାର ରାତିରେ ସେ ରାସ୍ତା ପାଖକୁ ଲାଗି ଥିବା ଘର ଭିତରେ ଶୋଇଥିଲେ । ପୁଅ ଝିଅ ଘରକୁ ପୋଢୁଆଁ କରିବାକୁ ଯାଇ ଭଉଣୀ ଘରେ ରହିଯାଇଥିଲା । ସ୍ତ୍ରୀ ଘର ଅଗଣାକୁ ଲାଗି ପଛ ପାଖ ଘର ଭିତରେ ବୋହୂ ସହିତ ଶୋଇଥିଲେ । ସକାଳୁ ଉଠି ବୋହୂ ଏଭଳି ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଇଥିଲେ। ପୁଅ ଭଉଣୀ ଘରୁ ଆସିବା ପରେ ବାରଙ୍ଗ ଥାନକୁ ଯାଇ ଅଭିଯୋଗ ଦେଇଥିଲେ । ବାରଙ୍ଗ ଥାନା ପୋଲିସ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!