Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ କ୍ୱାର୍ଟର୍ସରୁ ମିଳିଲା ଯନ୍ତ୍ରୀଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
December 8, 2023
in Crime, State
ସରକାରୀ କ୍ୱାର୍ଟର୍ସରୁ ମିଳିଲା ଯନ୍ତ୍ରୀଙ୍କ ମୃତଦେହ
58
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ସରକାରୀ କ୍ୱାର୍ଟର୍ସରୁ ମିଳିଲା ଜଳ ସମ୍ପଦ ବିଭାଗର ସହକାରୀ କାର‌୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ। ଯନ୍ତ୍ରୀଜଣକ ନିଜ କ୍ୱାର୍ଟର୍ସରେ ଏକୁଟିଆ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନି। ଏପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖିଗୁଡ଼ାଠାରେ ଘଟିଛି। । ମୃତ ଯନ୍ତ୍ରୀଜଣକ ହେଲେ ରଞ୍ଜିତ କୁମାର କର୍ଜି । ତାଙ୍କ ଘର ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟସ୍ଥ ସୁଭଦ୍ରାପୁରରେ ବୋଲି ଜଣାଯାଇଛି। ପୁଲିସ୍ କହିବା ଅନୁସାରେ, ରଞ୍ଜିତ କୁମାର କର୍ଜି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର‌୍ୟାଳୟ ରେ କାର‌୍ୟ୍ୟରତ ଥିଲେ । ସେ ଗତ କିଛି ବର୍ଷ ହେବ ନିଜ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ମାତ୍ର ଆଜି ସକାଳେ ସେ କବାଟ ଖୋଲିବାରେ ବିଳମ୍ବ କରିଥିଲେ। ଫଳରେ ତାଙ୍କର କିଛି ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି। ଏଥିସହ ଜୟପାଟଣା ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସୂଚନା ଅନୁଯାୟୀ, ରଞ୍ଜିତଙ୍କ କିଛି ବନ୍ଧୁ ଗତକାଲି ତାଙ୍କ ଘରକୁ ଆସିଥିଲେ। ସେମାନେ ତାଙ୍କୁ ନିଜ ଘରକୁ ନେବାକୁ ବୁଝାଶୁଝା କରିଥିଲେ। ମାତ୍ର ଏଥିରେ ରଞ୍ଜିତ ରାଜି ହୋଇ ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ସେମାନେ ଫେରି ଯାଇଥିବା ବେଳେ ରଞ୍ଜିତ ନିଜ କ୍ୱାର୍ଟର୍ସରେ ଏକୁଟିଆ ଥିଲେ। ଏହାପରେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି। ରଞ୍ଜିତଙ୍କ ମୃତ୍ୟୁ କିପରି ହେଲା ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ପୁଲିସ୍ କହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!