ସମ୍ୱଲପୁର, (ବାଘୁଆବାର୍ତ୍ତା): ମୋବାଇଲ ଛଡାଇ ତଥା ଟଙ୍କା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ କାଲୁ, ସତ୍ୟନାରାୟଣ ପଶାୟତ, ବିଜୟ ପରୁଆ ଓ ବରେଇପାଲି ଥାନାରେ କନଷ୍ଟେବଲ ସଚିନ୍ଦ୍ର ପୃଷେଠ୍ ଓ ଓଏପିଏଫ ଯବାନ ମୂରଲୀ ବେହେରା ବୋଲି ଜଣାପଡିଛି । ସୂଚନାଥାଉକି, ଅଇଁଠାପାଲି ଥାନା ପାଞ୍ଚଗୋଛିଆ ନିକଟରେ ଥିବା ସାହାବ ଉଦ୍ଦିନ ଖାନଙ୍କ ପାନ ଦୋକାନ ରହିଛି । ତେବେ ପାନ ଦୋକାନରେ ବସିଥିବା ସମୟରେ ବୁଧବାର ଅପରାହ୍ନ ସମୟରେ କିଛି ଜଣ ଯୁବକ ପହଂଚି ଗାଳି ଗୁଳଜ କରିବା ସହ ଭଙ୍ଗାରୁଜା କରିଥିଲେ । ସେଥିରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ରହିଥିବା ଅଭିଯୋଗ ହୋଇଥିଲା । ଏହା ସହ ଦୋକାନ ମାଲିକଙ୍କ ମୋବାଇଲ ଛଡାଇ ନେବା ସହ ୪୫୦୦ ଟଂକା ଲୁଟ୍ କରିନେଇଥିଲେ ଅଭିଯୁକ୍ତମାନେ । ତେବେ ଏଥିରେ ଓଏପିଏଫ ଯବାନ ମୂରଲୀ ବେହେରା ଓ କନେଷ୍ଟେବଳ ସଚିନ୍ଦ୍ର ପୃଷେଠ୍ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଏହି ଦୁଇ ପୋଲିସ କର୍ମୀଙ୍କ ସମେତ ମୋଟ ୫ ଜଣ ଅଭିଯୁକ୍ତ ଗିରଫ କରିଛି ଅଇଁଠାପାଲି ପୋଲିସ । ଦୁଇଜଣ ପୋଲିସ କର୍ମଚାରୀ ବରେଇପାଲି ଥାନାର କର୍ମଚାରୀ ବୋଲି ଜଣାପଡିଛି ।





