ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାରେ ଭାପୁର ବ୍ଲକ ଶାସନ ପଂଚାୟତ ଟିକିରିପଡ଼ା ଗ୍ରାମ ଗୋଖାସାହିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଆକ୍ରାନ୍ତ ଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଶାସନ ପଂଚାୟତ ସରପଂଚ ଚୁମିକି ଗୋଚ୍ଛୀ ଗୋଖାସାହି ସମେତ ଟିକିରିପଡ଼ା ଗ୍ରାମକୁ ଦୁଇଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଆଜିଠାରୁ ଆସନ୍ତା ୨୦ ତାରିଖ ସକାଳ ୮ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ଗ୍ରାମର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ସମସ୍ତେ ଘରେ ରହିବାକୁ ସରପଂଚ ପରାମର୍ଶ ଦେଇଛନ୍ତି ।





