Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୮ ଲକ୍ଷର ମୋବାଇଲ ଲୁଟିନେଲେ ଲୁଟେରା

by ସଞ୍ଜୟ ସ୍ୱାଇଁ
December 5, 2023
in Crime, State
୨୮ ଲକ୍ଷର ମୋବାଇଲ ଲୁଟିନେଲେ ଲୁଟେରା
52
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଥାକ ଅଛି, ଦୋକାନ ଖାଲି । ଖୋଳ ଅଛି, ହେଲେ ନାହିଁ ମୋବାଇଲ । ରାଉରକେଲା କୋଏଲ ନଗର ଝିରପାଣି ମାର୍କେଟରେ ହୋଇଛି ବଡ଼ଧରଣର ଲୁଟ୍ । ଦୁଇ ଜଣ ଲୁଟେରା ଏକ ଦୋକାନରେ ପଶି ୯୭ଟି ମୋବାଇଲ୍ ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ । ତେବେ ଏବେ ଯାଏଁ ଲୁଟେରାଙ୍କୁ କାବୁ କରାଯାଇନଥିବା ବେଳେ ଲୁଟ୍‌ର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । ଖବର ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ଦୋକାନରୁ ଲୁଟ୍ ହୋଇଛି । ରାତି ୧୨.୨୦ରୁ ୨ଟା ପର‌୍ୟ୍ୟନ୍ତ ଲୁଟେରାମାନେ ଦୋକାନ ଭିତରେ ପଶିଥିଲେ । ସମସ୍ତ ମୋବାଇଲ ଖୋଳ ଫୋପାଡି ଦେଇ ଏକ ବ୍ୟାଗ୍ ଭିତରେ ଲୁଟି ନେଇଛନ୍ତି ।ଦୋକାନରେ ଥିବା ବିଭିନ୍ନ କମ୍ପାନୀର ୯୭ଟି ମୋବାଇଲ ଲୁଟ୍ କରିଛନ୍ତି ଲୁଟେରା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଲୁଟ୍ ହୋଇଥିବା ମୋବାଇଲ ମଧ୍ୟରେ ୭ଟି ଆଇଫୋନ ରହିଛି । ରବିବାର ଦିନ ସକାଳ ସମୟରେ ମାଲିକ ଏବଂ କର୍ମଚାରୀ ଯେତେବେଳେ ଦୋକାନ ଖୋଲିଥିଲେ, ସେତେବେଳେ ଲୁଟ୍ ହୋଇଥିବା ସଂପର୍କରେ ଜାଣିଥିଲେ । ଏହାପରେ ଦୋକାନ ମାଲିକ ତୁରନ୍ତ ଝିରପାଣି ଥାନାକୁ ଲୁଟ୍ ନେଇ ଖବର ଦେଇଥିଲେ । ଝିରପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହାସହିତ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଆଧାର କରି ଯାଞ୍ଚ ଆରମ୍ଭ କରିଛି। ଝିରପାଣି ଥାନା ଠାରୁ ମାତ୍ର ୩୦୦ ମିଟର ଦୂରରେ ଏଭଳି ବଡ଼ଧରଣ ଲୁଟ୍ ହୋଇଛି । ଯାହାକୁ ନେଇ ସାଧାରଣରେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୧୦ ଦିନ ପୂର୍ବରୁ ମାଲିକ ଚନ୍ଦନ କୁମାର ଝା ଏକ ମୋବାଇଲ୍ ଦୋକାନ ଖୋଲିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!