ଭୁବନ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଭୁବନ ରୋଡ ରେଳ ଷ୍ଟେସନରେ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ କୁନିନ୍ଦା ଗାଁର ବ୍ରହ୍ମାନନ୍ଦ କଲୋନିରେ ରବି ଦେହୁରୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନ ରୋଡ ରେଳ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପରିବାର ଲୋକେ ମୃତଦେହକୁ ଶ୍ମଶାନକୁ ନେବା ସମୟରେ ପହଞ୍ଚିଥିଲା ଭୁବନ ପୋଲିସ । ଆଉ ଯୁବକଙ୍କ ଶବକୁ ଜବତ କରିଛି ଭୁବନ ପୋଲିସ । ଘଟଣାସ୍ଥଳରୁ ଭୁବନ ପୋଲିସ ତଦନ୍ତ ଆରମ୍ଭ କରିଛି ।





