Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାଳୀ ସହିତ ଚୋରା ପିରତି ବେଳେ ଦେଖିଦେଲା ସାନ ଭଉଣୀ, ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଭାଇ

by ସଞ୍ଜୟ ସ୍ୱାଇଁ
December 4, 2023
in Crime, State
ଶାଳୀ ସହିତ ଚୋରା ପିରତି ବେଳେ ଦେଖିଦେଲା ସାନ ଭଉଣୀ, ଭଉଣୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଭାଇ
440
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ଶାଳୀ ସହିତ ଚୋରା ପୀରତି ରଖିଥିଲେ। ହେଲେ ଦୁର୍ଭାଗ୍ୟକୁ ଦେଖି ଦେଲେ ସାନ ଭଉଣୀ। ଏହି ବଦନାମରୁ ବାହାରିବା ପାଇଁ ଆହୁରି ବଡ଼ ପାପ କଲେ ବଡ଼ଭାଇ। ଯେଉଁ ହାତରେ ସାନ ଭଉଣୀକୁ ସୁରକ୍ଷା ଦେବାର କଥା ଦେଇଥିଲେ, ସେହି ହାତରେ ମଦ ନିଶାରେ ସାନ ଭଉଣୀକୁ ଧରି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଆଗଡ଼ ଗାଁର ପରେଶ ଭୋଇ ତାଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ। ଏପରିକି ଶାଳୀ ପଦୀ(ଛଦ୍ମନାମ) ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଦିନେ କିନ୍ତୁ ବେଳା ଭଲ ନଥିଲା। ଶାଳୀ ସହିତ ଅନୈତିକ ସମ୍ପର୍କ ରଖିଲା ବେଳେ ଦେଖି ଦେଇଥିଲେ ତାଙ୍କ ସାନ ଭଉଣୀ। ଏହାକୁ ନେଇ ଅଡୁଆରେ ପଡ଼ିଯାଇଥିଲେ ପରେଶ ଓ ପଦୀ। ମନ ଭିତରେ ଘଟଣା ପ୍ରଘଟ ହୋଇଯିବା ଭୟ ସେମାନଙ୍କୁ ଘାରିଥିଲା। ସେଥିପାଇଁ ଉଭୟ ବିବ୍ରତ ହୋଇପଡ଼ିଥିଲେ। ତେଣୁ ଭଉଣୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଶାଳୀ ସହିତ ମିଶି ଷଡ଼ଯନ୍ତ୍ର କରିଥିଲେ ପରେଶ। ନଭେମ୍ୱର ୩ ତାରିଖରେ ଭଉଣୀ ନିକଟସ୍ଥ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ପରେଶ ଜାଣିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ତାଙ୍କ ଶାଳୀ ପଦୀଙ୍କୁ ଜଣାଇଥିଲେ। ତା’ପରେ ପରେଶ, ତାଙ୍କ ସାଙ୍ଗ ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ, କନିଷ୍ଠ ଭୋଇ ଓ ଶାଳି ପଦୀ ଜଙ୍ଗଲକୁ ଯାଇଥିଲେ। ସାଙ୍ଗରେ ମଦ ନେଇ ଯାଇଥିଲେ। ଜଙ୍ଗଲ ଭିତରେ ସମସ୍ତେ ମିଶି ମଦ ପିଇଥିଲେ। ତା’ପରେ ଜଣେ ପରେ ଜଣେ ଯାଇ ପରେଶଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରିଥିଲେ। ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିଲେ ମଧ୍ୟ ପରେଶ ମଦ ନିଶାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗଣ ଦୁଷ୍କର୍ମ କରିବା ପରେ ସେମାନେ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଜଙ୍ଗଲ ଭିତରେ ଥିବା ପଥର ଖୋଲରେ ଫିଙ୍ଗି ଦେଇଥିଲେ। ଭଉଣୀକୁ ହତ୍ୟା କରି ଫିଙ୍ଗି ଦେଇ ପରେଶ ତାଙ୍କ ସାଥୀମାନଙ୍କ ସହ ଘରକୁ ଫେରି ଆସିଥିଲେ। କିଛି ନଜାଣିଲା ଭଳି ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଥିଲେ। ଦିନ ଯାଇ ସଞ୍ଜ ନଇଁଲା। ହେଲେ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ଝିଅ ଘରକୁ ଫେରିଲେ ନାହିଁ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ବାପାମାଆ। ଦୁଇ ଦିନ ଧରି ଖୋଜିଥିଲେ। ବନ୍ଧୁ ବାନ୍ଧବଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ଝିଅର ଖୋଜଖବର ପାଇନଥିଲେ। ଝିଅର ପତ୍ତା ନପାଇ ଥାନାରେ ଅଭିଯୋଗ କରିବା ପାଇଁ ବଡ଼ପୁଅ ପରେଶଙ୍କୁ ପଠାଇଥିଲେ ବାପା। ଆଜ୍ଞାକାରୀ ପୁଅଟିଏ ପରି ନଭେମ୍ୱର ୬ ତାରିଖରେ ଭଉଣୀ ନିଖୋଜ ହୋଇଯାଇଥିବା ନେଇ ଚକାପାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରେଶ। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ। ଅଭିଯୋଗ କରିବାର ଦିନକ ପରେ ଅର୍ଥାତ ୭ ତାରିଖରେ ପୁଣି ଥାନାରେ ପହଞ୍ଚିଥିଲେ ପରେଶ। ଆଉ କହିଥିଲେ, କଟଡ଼ି ଜଙ୍ଗଲରେ ଏକ ପଥରଖୋଲ ମଧ୍ୟରେ ତାଙ୍କ ଭଉଣୀର ମୃତଦେହ ପଡ଼ିଛି। ଏହାପରେ ଚକାପାଦ ଥାନା IIC ଲଳିତ ମୋହନ ସାଗର ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲକୁ ଯାଇଥିଲେ। ସେଠାରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କିଛି ଦିନ ତଳେ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ପରେଶଙ୍କ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା। ଅନ୍ୟପଟେ ପରେଶ ଓ ତାଙ୍କ ଶାଳୀଙ୍କ ପ୍ରେମ ସମ୍ପର୍କରେ ଗାଁରେ ଟୁପୁରୁ ଟାପୁରୁ ହୋଇଥିଲା। ଏହା ପରେ ପୁଲିସ୍‌ ପରେଶର ସାଙ୍ଗ ଚକ୍ରମଣ ଭୋଇଙ୍କୁ ରାତି ଅଧିଆ ଉଠାଇ ନେଇଥିଲା। ତାଙ୍କୁ ୩ ଦିନ ଧରି ଥାନାରେ ଘନଘନ ଜେରା କରାଯାଇଥିଲା। ପୁଲିସ୍‌ ଜେରାରେ ଘାଇଲା ହୋଇଥିଲେ ଚକ୍ରମଣ ଭୋଇ। ଶେଷରେ ସବୁ ଦୋଷ ସ୍ୱୀକାର କରିଥିଲେ। ଆଉ କହିଥିଲେ, ଆମର କିଛି ଭୁଲ୍‌ନାହିଁ, ଆମକୁ ପରେଶ ଡାକି ନେଇଥିଲା। ତା’ପରେ ପୁଲିସ୍‌ ପରେଶ ଓ ତାଙ୍କ ଶାଳୀଙ୍କୁ ଥାନାକୁ ଡାକି ଜେରା କରିଥିଲା। ଜେରା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରେଶ ସ୍ୱୀକାର କରିଥିଲେ। ପରେଶର ବୟାନ ଆଧାରରେ ପୁଲିସ୍‌ ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ, କନିଷ୍ଠ ଭୋଇ ଓ ଶାଳୀ ପଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!