Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ ପାଇଁ ସ୍ୱାମୀକୁ ସଫା କରିଦେଲା ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 4, 2023
in Crime, State
ମଦ ପାଇଁ ସ୍ୱାମୀକୁ ସଫା କରିଦେଲା ସ୍ତ୍ରୀ
398
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ନିଜ ହାତରେ ପୋଛିଦେଲା ନିଜ କପାଳ ସିନ୍ଦୂର! ସାତ ଜନମର ସାଥୀଙ୍କୁ ମାରିଦେଲା ପତ୍ନୀ! ମଦ ପାଇଁ ଉଜୁଡ଼ିଗଲା ସାଂସାର। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି। ଏନେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡାର କପିଳା ବେହେରା ଓ ତାଙ୍କ ପତ୍ନୀ କର୍ଣ୍ଣାଟକରେ ଏକ ଚାହା ବାଗାନରେ କାମ କରୁଥିଲେ। ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ରବିବାର ରାତିରେ ସ୍ୱାମୀ ଓ ସ୍ତ୍ରୀ ଗାଁକୁ ଫେରିଥିଲେ। ନିଜ ଘରେ ରାତିରେ ରହିଥିଲେ। ବିଳମ୍ୱିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହେଉଥିବା ଗାଁ ଲୋକେ ଶୁଣିବାକୁ ପାଇଥିଲେ। କପିଳା ଜଣେ ପେଶାଦାର ମଦୁଆ ହୋଇଥିବାରୁ ଅନେକ ସମୟରେ ଘରେ ପାଟିତୁଣ୍ଡ କରୁଥିବାରୁ ସାହି ପଡ଼ିଶା ବିଶେଷ ଧ୍ୟାନ ଦେନଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ ବିଳମ୍ୱିତ ରାତିରେ କପିଳା ତାଙ୍କ ପତ୍ନୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ମାତ୍ର ସେ ଟଙ୍କା ଦେବାକୁ ରୋକ୍‌ଠୋକ୍ ଭାବେ ମନା କରିଦେଇଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଗରେ ଉତ୍‌କ୍ଷିପ୍ତ ହୋଇ କପିଳା ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ। ସେହି ସମୟରେ ସେ(ପତ୍ନୀ) ଘର କୋଣରେ ଥିବା ଏକ ଧାରୁଆ ଅସ୍ତ୍ରରେ କପିଳାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଚଟାଣରେ ରକ୍ତାକ୍ତ ଅବସ୍ଥାରେ କପିଳା ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ମୃତ କପିଳାଙ୍କ ପତ୍ନୀଙ୍କୁ ଅଟକ ରଖି ଘନଘନ ଜେରା କରୁଛି। ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଗଣ୍ଡ ଗୋଳ ହୋଇଥିବା ଚର୍ଚ୍ଚା ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!